ଫୁଲବାଣୀ,୧୪/୧୦: କେରେଡ଼ି ଠାରେ ଜଣେ ୮୩ ବର୍ଷୀୟ ବୃଦ୍ଧ ବ୍ୟକ୍ତି ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଛନ୍ତି । ମୃତକ କେରେଡି ଗ୍ରାମର ଗାମୁ ରଣା ବୋଲି ଜଣାପଡିଛି । ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ କେରେଡ଼ି ଠାରେ ଏଭଳି ଅଘଟଣ ଘଟିଛି ।
ସୂଚନା ମୁତାବକ, ଗାମୁ ରଣା ରବିବାର ବିଳମ୍ବିତ ରାତିରେ ନିଜ ଘର ଭିତରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିଲେ । ସୋମବାର ସକାଳେ ତାଙ୍କ ପରିବାର ଲୋକେ ଏହା ଦେଖି ସଦର ଥାନାକୁ ଖବର ଦେଇଥିଲେ । ମୃତକଙ୍କ ପୁଅ ଜଗନ୍ନାଥ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ତଦନ୍ତ ଅଧିକାରୀ ହରେକୃଷ୍ଣ ମିଶ୍ର