ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବେଆଇନ ପଥର ଖାଦାନ ସହ ବ୍ଲାଷ୍ଟିଂ, ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି

Published By : Gurupada Nath | October 11, 2024 6:12 PM

ଦାରିଙ୍ଗବାଡି,୧୧/୧୦ : ବେଆଇନ ପଥର ବ୍ଲାଷ୍ଟିଙ୍ଗ ସହ ବେଆଇନ ପଥର ଖାଦାନ ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ହେଉଥିବା ଦେଖିବାକୁ ମିଳିଛି । ଏଭଳି କିଛି ଦେଖିବାକୁ ମିଳିଛି ଦାରିଙ୍ଗବାଡି ଥାନା ଅନ୍ତର୍ଗତ ପର୍ତମାହା ପଞ୍ଚାୟତର ଡ଼ଲାବାଡ଼ି ଗ୍ରାମରେ । ଉକ୍ତ ଗ୍ରାମରେ ରହିଥିବା ପାହାଡ଼ରେ ବେଆଇନ ଭାବେ ପଥର ଖାଦାନ କରିବା ସହ ପଥର ବ୍ଲାଷ୍ଟିଙ୍ଗ କରାଯାଉଥିବା ଦେଖିବାକୁ ମିଳିଛି । ପଥର ଖାଦାନ ପାଇଁ ଖଣି ବିଭାଗ ପକ୍ଷରୁ କୌଣସି ଅନୁମତି ଅଣା ଯାଇନଥିବାବେଳେ ବ୍ଲାଷ୍ଟିଙ୍ଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଅନୁମତି ଅଣାଯାଇନାହିଁ । ହେଲେ ବଡ଼ ବଡ଼ ଚାଞ୍ଚାଡ଼ା ପଥର ବ୍ଲାଷ୍ଟିଙ୍ଗ କରାଯାଉଛି । 

ଏଭଳି କି ଆଉ କିଛି ପଥର ବ୍ଲାଷ୍ଟିଙ୍ଗ ପାଇଁ ଗର୍ତ୍ତ ମଧ୍ୟ କରାସରିଛି । ଉକ୍ତ ପାହାଡ଼ର ୩୦୦ ମିଟର ଦୂରରେ  ଏକାଧିକ ଘର ରହିଥିବାବେଳେ ପଥର ଉଡ଼ି ଆସି ଘର ଉପରେ ପଡ଼ିବାର ମଧ୍ୟ ଭୟ ରହିଛି । ହେଲେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଧା ସ୍ଥାନୀୟ ପ୍ରଶାସନ କିଭଳି ଜାଣି ପାରୁନାହିଁ ନା ସବୁ ଜାଣି ନଜାଣିବାର ଅଭିନୟ କରୁଛି ସେନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଏଭଳି ବେଆଇନ କାର୍ଯ୍ୟ ଯୋଗୁଁ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ହେଉଛି । ହେଲେ ଠିକାଦାର ମାଲେମାଲ ହେଉଛନ୍ତି । ଏ ନେଇ ଠିକାଦାରଙ୍କୁ ପଚାରିବାରୁ ସେ କହିଲେ ସ୍ଥାନୀୟ ପ୍ରଶାସନ ସହ କଥା ହୋଇ କାମ କରୁଛୁ । କୌଣସି ଅନୁମତି ନେଇନୁ ବୋଲି କହିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ସ୍ଥାନୀୟ ପ୍ରଶାସନ ସହ ସଲା ସୁତରା ହୋଇ ବେଆଇନ କାମ ଚାଲିଛି । ଏଣୁ ଏହାର ସଠିକ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.