ପ୍ରମୂଖ ଖବର

ସତ ହୋଇଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ସେହି ଭବିଷ୍ୟବାଣୀ , କହିଥିଲେ ଲେଖିକି ରଖିନିଅ

ଜୟପୁର : ପ୍ରତି ୫ ବର୍ଷରେ ସରକାର ବଦଳିବା ରାଜସ୍ଥାନର ତିନି ଦଶକ ପୁରୁଣା ରୀତିନୀତି ପୁଣିଥରେ ବଜାୟ ରହିଛି। ରାଜସ୍ଥାନର ଜନତା କଂଗ୍ରେସକୁ କ୍ଷମତାରୁ ହଟେଇ ୫ବର୍ଷ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ପ୍ରଦାନ କରିଛନ୍ତି। ବିଜେପିକୁ ବିରାଟ ବିଜୟ ମିଳିଛି ଏବଂ ଯାଦୁଗର ଅଶୋକ ଗେହଲଙ୍କ ସବୁ ଦାବି ନିଷ୍ଫଳ ହୋଇ ଯାଇଛି। ନିର୍ବାଚନ ଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଭବିଷ୍ୟବାଣୀର ମଧ୍ୟ ଖୁବ୍‌ ଚର୍ଚ୍ଚା ହେଉଛି, ଯାହାକୁ ନେଇ ସେ କହିଥିଲେ ତି ଏହି ଭୁଲ ହେବନାହିଁ ଏବଂ ଲୋକେ ଲେଖିକି ରଖି ନିଅ। 

ରାଜସ୍ଥାନରେ ବିଜେପି ସରକାର ! ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ ଅଶୋକ ଗେହଲଟ

କଣ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ –

ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ଅଶୋକ ଗେହଲଟଙ୍କୁ ନେଇ ଭବିଷ୍ୟବାଣୀ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, ଅଶୋକ ଗେହଲଟ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ। ସେ କହିଥିଲେ ଗେହଲଟ ଏହି ନିର୍ବାଚନ ପରେ ତ ମୁଖ୍ୟମନ୍ତ୍ରୀ ହୋଇ ପାରିବେ ନାହିଁ , ଆଉ ଆଗକୁ ମଧ୍ୟ ଏହି ପଦରେ ରହି ପାରିବେ ନାହିଁ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଭବିଷ୍ୟବାଣୀ ସତ ହୋଇଛି। ହେଲେ ସେ କେବେ ମୁଖ୍ୟମନ୍ତ୍ରୀ ହେବେ କି ନହେବେ , ଏହାତ ଭବିଷ୍ୟତ କହିବ। କିନ୍ତୁ ରାଜନୀତିକ ବିଶ୍ଳେଶକଙ୍କ କହିବାନୁସାରେ ,୨୦୨୮ ଯାଏ ସମ୍ଭବ କି, କଂଗ୍ରେସ ନୂଆ ନେତୃତ୍ୱକୁ ଆଗକୁ ବଢାଇବ କାରଣ ଗେହଲଟଙ୍କୁ ଏବେ ବୟସାଧିକ ହୋଇ ସାରିଛି। 

ପ୍ରଧାନମନ୍ତ୍ରୀ କହିଥିଲେ – ଲେଖିକି ରଖି ନିଅ :

୨୨ ନଭେମ୍ୱରରେ ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ଡୁଙ୍ଗରପୁରରେ ଜନସଭାକୁ ସମ୍ୱୋଧିକ କରି ଏହି ଭବିଷ୍ୟବାଣୀ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି, ମାୱଜି ମହାରାଜଙ୍କର ଭୂମିରୁ ଯେଉଁ ଭବିଷ୍ୟବାଣୀ କରାଯାଏ , ତାହା କେବେ ଭୁଲ୍‌ ସାବ୍ୟସ୍ତ ହୋଇ ନଥାଏ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ , ଏହା ମାୱଜୀଙ୍କ ତପସ୍ୟାର ଭୂମି। ଏଠାରେ ଭବିଷ୍ୟବାଣୀ ୧୦୦ ପ୍ରତିଶତ ସତ ହୋଇ ଥାଏ । ମୁଁ ତାଙ୍କୁ ପ୍ରମାଣ କରିବା ପାଇଁ ଏକ ଭବିଷ୍ୟବାଣୀର ସାହାସ କରିବାକୁ ଚାହିଁଛି। ରାଜସ୍ଥାନର ଲୋକ ଲେଖି ରଖିନିଅ , ଏବେ ରାଜସ୍ଥାନରେ ପୁଣି କେବେ ଅଶୋକ ଗେହଲଟଙ୍କର ସରକାର ଗଠନ ହେବନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.