ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ଗୋପାଳପୁର ପୁଲିସ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

Published By : Harapriya Sethi | May 21, 2025 2:46 PM

ଗୋପାଳପୁର, ୨୧/୦୫: ଗୋପାଳପୁର ଜେଟି ନିକଟରେ ମାଛଧରା ଡଙ୍ଗା ବୁଡ଼ି ଜଣେ ନିଖୋଜ । ସମୁଦ୍ର ମଝିରେ ଡଙ୍ଗା ଓଲଟି ପଡ଼ିବାରୁ ଜଣେ ନିଖୋଜ ହୋଇଥିବା ବେଳେ ୪ଜଣ ପହଁରି କୂଳକୁ ଫେରିଥିଲେ । ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା (୩୮) । ତାଙ୍କୁ ଉଦ୍ଧାର କରିବା ପାଇଁ ଗୋପାଳପୁର ପୁଲିସ ଓ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି । 

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଗୋପାଳପୁର ଜେଟି ନିକଟରେ ମଙ୍ଗଳବାର ସକାଳେ ମାଛ ମାରିବାକୁ ସମୁଦ୍ର ଭିତରକୁ ଡଙ୍ଗାରେ ୫ଜଣ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ଓଲଟି ପଡ଼ିଥିଲା । ଯାହା ଫଳରେ ଜଣେ ନିଖୋଜ ହୋଇଥିବା ବେଳେ ୪ଜଣ ପହଁରି କୂଳକୁ ଫେରିଥିଲେ । ନିଖୋଜ ଥିବା ବ୍ୟକ୍ତି ଜଣକ ହେଲେ ଗୋପାଳପୁର ସତ୍ୟ ସାଇବାବା ସାହିର ବି.ଜେଙ୍ଗମେୟା । ସ୍ଥାନୀୟ ମତ୍ସ୍ୟଜୀବୀ ବହୁ ଖୋଜା ଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ନମିଳିବାରୁ ମଙ୍ଗଳବାର ଅପରାହ୍ଣରେ ନିଖୋଜ ବ୍ୟକ୍ତିଙ୍କ ପତ୍ନୀ ବି.ପୋତାମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ବୁଧବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକ ଓ ବ୍ରହ୍ମପୁର ଅଗ୍ନିଶମ ବାହିନୀର ଅଧିକାରୀ ଠାକୁର ପ୍ରସାଦ ଦଳେଇ ଓ ସହଯୋଗୀ ଦଳ ସମୁଦ୍ରରେ ପ୍ରାୟ ସାଢେ ଦୁଇ ଘଣ୍ଟା ଜେସ୍କି ବୋଟ୍‌ରେ ଖୋଜା ଖୋଜି କରିଥିଲେ । ହେଲେ ଏଯାଏଁ ନିଖୋଜ ବି.ଜେଙ୍ଗମେୟାଙ୍କର କୌଣସି ପତ୍ତା ମିଳିନଥିବା ଥାନା ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.