ବ୍ରହ୍ମପୁର,୨୨/୦୫: ଗଞ୍ଜାମ ପରେ ବ୍ରହ୍ମପୁରରୁ ୬ଟି ମଉଜର ଓ ୧୨ଟି ଗୁଳି ଜବତ । ନିମଖଣ୍ଡି, ସଦର, ଗୋସାଇଁନୂଆଗାଁ, ବଡ଼ବଜାର ଓ ଦିଗପହଣ୍ଡି ଥାନା ପୁଲିସ ଜବତ କରିଛନ୍ତି। ଏଥିସହ ସଂପୃକ୍ତ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ସୂଚନା ଦେଇଛନ୍ତି।
ତେବେ ସୂଚନା ମୁତାବକ, ବ୍ରହ୍ମପୁର ପୁଲିସ ପକ୍ଷରୁ ସପ୍ତାହେ ହେଲା ସ୍ଵତନ୍ତ୍ର ଡ୍ରାଇଭ୍ ଚାଲିଥିବା ବେଳେ ବହୁ ହାର୍ଡକୋର୍ ଅପରାଧୀଙ୍କୁ ପୁଲିସ ଉଠାଇ ଆଣି ଜେରା କରିଥିଲା। ଆଉ ସେମାନଙ୍କ ଠାରୁ ଜବତ ହୋଇଛି ଏହି ମାଉଜର। ଗିରଫ ଅପରାଧୀଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ଆଇଜି କହିଛନ୍ତି। ବ୍ରହ୍ମପୁର ଏସପି ଡ଼ା ସରବଣା ବିବେକ ଏମ ଏହି ସ୍ପେଶାଲ୍ ଡ୍ରାଇଭର ନେତୃତ୍ୱ ନେଇଥିଲେ ବୋଲି ଆଇଜି କହିଛନ୍ତି।