ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ନ୍ୟୁଜିଲାଣ୍ଡକୁ ୧୯୦ ରନ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା, ରୋଚକ ସ୍ଥିତିରେ ସେମି ଫାଇନାଲ ରେସ୍‌

Image Courtesy: espncricinfo

ପୁନେ: ନ୍ୟୁଜିଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଶାଳ ବିଜୟ ।  ଡି’କକ୍ ଓ ଭାନ ଡର ଡସେନଙ୍କ ଦମଦାର ଶତକ ପରେ ବୋଲରଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡକୁ ୧୯୦ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହ ଉନ୍ନତ ରନ ରେଟ୍ ଆଧାରରେ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି । ଏହି ପରାଜୟ ସହ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନକୁ ଖସି ଆସିଛି । ନ୍ୟୁଜିଲାଣ୍ଡ ଦଳର ପରାଜୟ ଯୋଗୁଁ ଏବେ ସେମି ଫାଇନାଲ୍ ଦୌଡ଼ ରୋଚକପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି । 

ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଡି କକଙ୍କ ୧୧୪ ରନ ଓ ଭାନ ଡର ଡସେନଙ୍କ ୧୩୩ ରନର ଶତକୀୟ ଇନିଂସ ସହ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୩୫୭ରନର ବିଶାଳ ସ୍କୋର କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିପାରି ନଥିଲା । ୩୫.୩ ଓଭରରେ ୧୬୭ ରନରେ ଅଲଆଉଟ୍ ହୋଇଛି କିଓ୍ବି ଦଳ । ବୋଲିଂରେ କେଶବ ମହାରାଜ ୪୬ ରନ ଦେଇ ୪ ଓ ମାର୍କୋ ଜନସେନ ୩୧ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି । 

ନ୍ୟୁଜିଲାଣ୍ଡର ବ୍ୟାଟିଂ କଥା କହିଲେ ଆଜିର ମ୍ୟାଚରେ ଗ୍ଲେନ ଫିଲିପ୍ସ ସର୍ବାଧିକ ୬୦ ରନ୍‌ କରିଛନ୍ତି । ତାଙ୍କ ପରେ ଓ୍ବିଲ ୟଙ୍ଗ ୩୩ ଏବଂ ଡାରିଲ ମିଚେଲ ୨୪ ରନ୍‌ କରିଛନ୍ତି । ଏହି ୩ ପ୍ଲେୟରଙ୍କ ପରେ ଆଉ କେହି ଦୁଇ ଅଙ୍କ ଛୁଇଁପାରି ନାହାନ୍ତି । ଡେବନ କନଓ୍ବେ ୨ ରନ୍‌, ଟମ ଲାଥମ ୪, ରଚିନ ରବିନ୍ଦ୍ର ୯, ମିଚେଲ୍‌ ସାଣ୍ଟନର ୭ ଏବଂ ଟିମ୍‌ ସାଉଥି ୭ ରନ୍‌ କରିବାରେ ସଫଳ ହେଉଛି । ସେପଟେ ଟ୍ରେଣ୍ଟ ବୋଲ୍ଟ ୯ ରନ୍‌ କରି ଆଉଟ ହୋଇଛନ୍ତି ।


  • South Africa
  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.