ପ୍ରମୂଖ ଖବର

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ମାମଲା: ଜାହାଜ ମୁକୁଳିବା ପାଇଁ ଫିଟିଲା ବାଟ, କୋର୍ଟ ରଖିଲେ ସର୍ତ୍ତ

ପାରାଦୀପ,୧୩/୦୨: ପାରାଦୀପ ବନ୍ଦରରେ ଲାଗିଥିବା ବିଦେଶୀ ଜାହାଜ ଏମ୍‌ଭି  ଦେବୀରୁ ୨୨୦ କୋଟି ମୂଲ୍ୟର କୋକେନ୍‌ ଜବତ ମାମଲା ନୂଆ ମୋଡ଼ ନେଇଛି ।  ସୋମବାର କୁଜଙ୍ଗ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଗତ ନଭେମ୍ବର ୨୯ରୁ ବନ୍ଦରରେ କଷ୍ଟମ୍‌ସ୍‌  ବିଭାଗ ଦ୍ୱାରା ଅଟକ ଥିବା ଜାହାଜ ମୁକୁଳିବାର ବାଟ ଫିଟିଛି । ଏପରିକି ଜାହାଜରେ ଥିବା ୨୧ କ୍ର‌୍ୟୁ ସଦସ୍ୟ ମଧ୍ୟ ନିଜ ଦେଶକୁ ଫେରିବାର ବାଟ ପରିଷ୍କାର ହୋଇଛି । ଏଥିପାଇଁ କୋର୍ଟ କିଛି ସର୍ତ୍ତ ରଖିଛନ୍ତି ।  

ଜାହାଜ କମ୍ପାନି ପକ୍ଷରୁ ଜାହାଜକୁ ମୁକୁଳାଇବାକୁ ହୋଇଥିବା ଆବେଦନ ଉପରେ ଶୁଣାଣି  କରି କୋର୍ଟ ୧୦୦ କୋଟି ଟଙ୍କାର ଅମାନତ ରାଶି ଦାଖଲ ସହ ୧୦ କୋଟିର ବ୍ୟାଙ୍କ୍‌ ଗ୍ୟାରେଣ୍ଟି ଦେବାକୁ କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି । ଜାହାଜର ସବୁ ପଟରୁ ଫଟୋ ଓ ଭିଡିଓଗ୍ରାଫି କରାଯାଇ କୋର୍ଟରେ ଦାଖଲ କରାଯିବା ସହ ତଦନ୍ତ ବେଳେ ଆବଶ୍ୟକ ପଡ଼ିଲେ ଜାହାଜକୁ ପୁଣି ପାରାଦୀପ ବନ୍ଦରକୁ ଫେରିବାକୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କଷ୍ଟମ୍‌ସ୍‌ ବିଭାଗ ପକ୍ଷରୁ ଜାହାଜକୁ ଅଟକ ରଖିବାକୁ ହୋଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.