ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଛୁରାମାଡ଼ରେ ନାବାଳକ ମୃତ

ଖୋର୍ଦ୍ଧା,୧/୧୧ : ଘରେ ପଶି ନାବାଳକକୁ ଦୁର୍ବୃତ୍ତର ଛୁରାମାଡ଼ । ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖୋର୍ଦ୍ଧା ବେଣାପଞ୍ଜୁରି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମନୋଜ ପାଲଟାସିଂଙ୍କ ୧୪ବର୍ଷର ପୁଅ ଶୁଭମ୍। 

ସୂଚନା ଅନୁଯାୟୀ, ଶୁଭମ ଘରେ ଥିବାବେଳେ ଜଣେ ଦୁର୍ବୃତ୍ତ ଘରେ ପଶି ମାରିଛି ଛୁରୀ । ପିଲାଟି ନବମ ଶ୍ରେଣୀରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଷଣ୍ଢପୁରୁରେ ପଢୁଥିଲା । ବେକ, ଛାତି ହାତ ସହ ଅନ୍ୟ ସ୍ଥାନରେ ୩ରୁ ଊର୍ଦ୍ଧ୍ବ ଥର ଛୁରାମାଡ଼ କରିଛି ଦୁର୍ବୃତ୍ତ । ପରିବାର ଲୋକେ ଏହା ଦେଖି ସଙ୍ଗେସଙ୍ଗେ ଖୋର୍ଦ୍ଧା ମେଡ଼ିକାଲକୁ ଶୁଭମକୁ ଚିକିତ୍ସା ପାଇଁ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ କାହିଁକି ଶୁଭମକୁ ଛୁରାମାଡ଼ କରିଛି ତାହା ଅସ୍ପଷ୍ଟ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.