ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପ୍ରତାରଣା ସନ୍ଦେହରେ ପ୍ରେମିକକୁ ହତ୍ୟା ପାଇଁ ସୁପାରି, ୪୦ହଜାର ଟଙ୍କାରେ ହୋଇଥିଲା ଡିଲ୍‌: ପ୍ରେମିକ ସମେତ ୩ ଗିରଫ

ସୋନପୁର/ବୀରମହାରଜପୁର/ସୁବଳୟା,୦୬/୦୨: ଦୀର୍ଘ ୫ ବର୍ଷ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ହେଲେ ପ୍ରେମିକ ଅନ୍ୟ ଜଣେ ଝିଅ ସହ ସମ୍ପର୍କରେ ଥିବା ଜାଣିବା ପରେ ପ୍ରେମିକା ରକ୍ତମୁଖା ହୋଇଥିଲା । ପ୍ରେମିକକୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା । ୪୦ହଜାର ଟଙ୍କାରେ ଡିଲ୍‌ ହେବା ପରେ ସୁପାରି ନେଇଥିବା ଦୁଇଜଣ ଯୋଜନାବଦ୍ଧ ଭାବେ ପ୍ରେମିକକୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଉଦ୍ୟମ କରିଥିଲେ । ତେବେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଖୋଳତାଡ଼ କରି ଘଟଣାର ପର୍ଦ୍ଦାଫାସ କରିଛି । 

ପ୍ରେମିକକୁ ହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତ ପ୍ରେମିକା ସମେତ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାଗଜୁରି ଗାଁର ପ୍ରେମିକା କାଜଲ ମହାପାତ୍ର ଓରଫ ଝିଲି ଏବଂ ସୁପାରି ନେଇଥିବା ଦୁଇ ଅଭିଯୁକ୍ତ ବୀରମହାରାଜପୁର ଥାନା ବାଗବର ଗାଁର ରିତ ନାଏକ ଓ ସୁବଳୟା ଥାନା ବଡ଼ଖମାର ଗାଁର ରାଜୀବ କୁମ୍ଭାର ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ୟଶପ୍ରତାପ ଶ୍ରୀମଲ ସୂଚନା ଦେଇଛନ୍ତି।

ବୀରମହାରାଜପୁର ଉପଖଣ୍ଡ ସୁବଳୟା ଧୀବରପଡ଼ା ନିବାସୀ କାର୍ତ୍ତିକ ଅଧିକାରୀଙ୍କ ପୁଅ ଡମ୍ବରୁ ଏବଂ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାଗଜୁରୀ ଗାଁର କାଜଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ଡମ୍ବରୁ ରାଉରକେଲାର ଅନ୍ୟ  ଜଣେ ଝିଅ ସହ ପ୍ରେମ ସମ୍ପର୍କ ରଖିଥିବା କାଜଲ ଜାଣିବାକୁ ପାଇଥିଲେ । ଡମ୍ବରୁ ତାଙ୍କୁ ପ୍ରତାରଣା କରୁଥିବା  ଜାଣିବା ପରେ ଡମ୍ବରୁକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଏଥିପାଇଁ ସେ ବୀରମହାରାଜପୁର ଥାନା ବାଗବର ଗାଁର ରୀତ ଓ ସୁବଳୟା ଥାନା ବଡଖମାର ଗାଁର ରାଜୀବକୁ ସୁପାରି ଦେଇଥିଲେ । ଡମ୍ବରୁକୁ ହତ୍ୟା କରିବା ପାଇଁ ୪୦ ହଜାର ଟଙ୍କାରେ ଡିଲ୍‌ ହୋଇଥିଲା । ଏପରିକି ସୁପାରି ବାବଦକୁ ଗତ ଜାନୁୟାରୀ ୬ ତାରିଖରେ କାଜଲ ଅଭିଯୁକ୍ତ ରାଜୀବକୁ ଫୋନ ପେ ମାଧ୍ୟମରେ ୧୦ହଜାର ଟଙ୍କା ଅଗ୍ରୀମ ଦେଇଥିଲେ ।

ଏହାପରେ ଜାନୁୟାରୀ ୨୫ ତାରିଖ ସଂଧ୍ୟା ସାଢ଼େ ୭ଟାରେ ଅଭିଯୁକ୍ତ ରାଜୀବ  ଡମ୍ବରୁର ଚା ଦୋକାନକୁ ଆସି ପାର୍ଟି କରିବା ପାଇଁ ଡାକିଥିଲା। ଏଥିରେ ଡମ୍ବରୁ ରାଜିହୋଇ ନିଜ ଦୋକାନ ବନ୍ଦ କରି ବାହାରିଥିଲେ । ସେମାନେ ସୁବଳୟାରୁ ମଦ ଓ ପାଣି, ଟିକିରାପଡ଼ାରୁ ଚିକେନ କିଣିଥିଲେ । ୩ ଜଣ ମିଶି ସାଲେପଦର ଗାଁ ନିକଟ ରୁଗୁଡ଼ିଆବନ୍ଦକୁ ଯାଇଥିଲେ । ସେଠାରେ ତିନିଜଣ ଯାକ ମଦ ପିଇଥିଲେ । ମାତାଲ ହେବା ପରେ ଯୋଜନାବଦ୍ଧ ଭାବେ ପଛପଟୁ ଡମ୍ବରୁଙ୍କୁ ଏକ ଟାଙ୍ଗିଆରେ ହାଣି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ଡମ୍ବରୁର ମୃତ୍ୟୁ ଘଟିଥିଲା । ପରେ ଅଭିଯୁକ୍ତ ରାଜୀବ ଏବଂ ରୀତ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏକ ମୋରମ ଖାଦାନରୁ ରାସ୍ତା ତଳକୁ ସ୍କୁଟି ସହ ଠେଲିଦେଇ ଫେରାର ହୋଇଯାଇଥିଲା । ଗତ ଜାନୁୟାରୀ ୨୬ ତାରିଖରେ ମୃତକଙ୍କ ବାପା ସୁରେଶ ଅଧିକାରୀଙ୍କ ଅଭିଯୋଗକ୍ରମେ ସୁବଳୟା ଥାନାରେ ଏକ ମାମଲା ରୁଜୁହୋଇ ତଦନ୍ତ ଚାଲିଥିଲା ।  ପୁଲିସ ମୁଖ୍ୟ ଅଭିଯୁକ୍ତ କାଜଲକୁ ସମ୍ବଲପୁରରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ଅଞ୍ଚଳରୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି । 

 ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ହେମନ୍ତ ପାଢ଼ୀ, ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ, ସୁବଳୟା ଆଇଆଇସି ସୁଶାନ୍ତ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.