ପ୍ରମୂଖ ଖବର

ଆମେରିକାରେ ବ୍ୟାପିଲା କୋଭିଡର ନୂଆ ଭାରିଆଣ୍ଟ ଏଚଭି.୧, ସପ୍ତାହକରେ ୮.୬ ପ୍ରତିଶତ ସଂକ୍ରମଣ ବୃଦ୍ଧି

ନୂଆଦିଲ୍ଲୀ,୨୦/୧୧: ଶୀତ ଆଗମନରେ ଆମେରିକାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି । ସପ୍ତାହକରେ ୮.୬ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଥିଲା ବେଳେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବି  ବଢ଼ିଛି । କୋଭିଡର ନୂଆ ଭାରିଆଣ୍ଟ ଏଚଭି.୧ ଯୋଗୁ ସଂକ୍ରମଣ ୨୫  ପ୍ରତିଶତ ବଢ଼ିଛି । ଗତ ଅକ୍ଟୋବର ୨୮ ତାରିଖରୁ ଏହି ସଂକ୍ରମଣ ବୃଦ୍ଧି  ପାଇଛି । 

ନଭେମ୍ବର ୫-୧୧ ମଧ୍ୟରେ ୧୬,୨୩୯ ସଂକ୍ରମିତ ହସ୍ପିଟାଲରେ  ଭର୍ତ୍ତି ହୋଇଛନ୍ତି । ୧୪ଟି ରାଜ୍ୟରେ ସଂକ୍ରମଣ ଓ ହସ୍ପିଟାଲରେ ଭର୍ତ୍ତି ହେବା  ମାମଲା ବଢ଼ିଛି । ବିଶେଷକରି ଭରମଣ୍ଟ, ଲୋୱା, ଆଲାସ୍କା, ମୋଣ୍ଟାନା,  ମିନେସୋଟା, ହାୱାଇ, ଭର୍ଜିନିଆ, ଟେନିସି, ୱିସ୍‌କନସିନ, ନେବ୍ରାସ୍କା, ନର୍ଥ  ଡାକେଟା, ନ୍ୟୁମେକ୍ସିକୋ, ଆରିଜୋନା ଓ ୱାଶିଂଟନ ଡିସିରେ ସଂକ୍ରମଣ  ଅଧିକ ବୃଦ୍ଧି ପାଇଛି । ଥଣ୍ଡାରେ କରୋନା ଭୂତାଣୁର ସଂକ୍ରମଣ କ୍ଷମତା ଅଧିକ  ରହୁଥିବାରୁ ଆଗକୁ ସଂକ୍ରମଣ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ  ଆଶଙ୍କା ପ୍ରକାଶ କରିଛନ୍ତି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଭିତରେ  ଭୟ ସୃଷ୍ଟି ହୋଇଛି । ଥଣ୍ଡା ଓ ଶୁଷ୍କ ପରିବେଶରେ କୋଭିଡ ଭାଇରସ୍‌ ଅଧିକ  ଦିନ ପର୍ଯ୍ୟନ୍ତ ରହୁଥିବା ୨୦୨୦ରେ ହୋଇଥିବା ସର୍ଭେରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.