ପ୍ରମୂଖ ଖବର

ୟୁଏସ୍ ସହିତ ୧୧ ଦେଶରେ ମିଳିଲା ନୂଆ ବିପଦଜନକ କୋଭିଡ୍ ଭାରିଆଣ୍ଟ ଜେଏନ୍.୧, ଜାଣନ୍ତୁ ଏହାର ଲକ୍ଷଣ ?

ନୂଆଦିଲ୍ଲୀ,୮।୧୧: କୋଭିଡ୍‌ ଶେଷ ହୋଇନି ଓ ଆଶଙ୍କା କରାଯାଉଛି ଯେ,ଭବିଷ୍ୟତରେ ବିପଦଜନକ ରୂପ ନେଇପାରେ। ଖବର ରହିଛି ଯେ, ଆମେରିକାରେ କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ମିଳିଛି, ଯାହାକୁ ନେଇ ବୈଜ୍ଞାନିକ ଚିନ୍ତିତ ଅଛନ୍ତି। ଆଶଙ୍କା କରାଯାଉଛି ଏହି ଭାରିଆଣ୍ଟ ପୂର୍ବ ତୁଳନାରେ ଅଧିକ ସଂକ୍ରାମକ ହୋଇପାରେ। ଏହା ସହିତ ଭ୍ୟାକସିନ୍ ମଧ୍ୟ ପ୍ରଭାବହୀନ ହୋଇପାରେ। 

କରୋନା ଭାଇରସ୍‌ର ନୂଆ ଷ୍ଟେ୍ରନ୍ ଜେଏନ୍‌ ୧ର ନୂଆ ଷ୍ଟେ୍ରନ୍‌ର ପରିଚୟ ସେପ୍ଟେମ୍ବରରେ କରାଯାଇଥିଲା। ଏବେ ଆମେରିକା ସହିତ ୧୧ ଦେଶରେ ଏହାର ଉପସ୍ଥିତି ଦେଖିବାକୁ ମିଳିଛି। ଏକ ମିଡିଆ ରିପୋର୍ଟରେ ସେଣ୍ଟର ଫର ଡିଜିଜ୍‌ କନଟ୍ରୋଲ ଆଣ୍ଡ ପ୍ରିଭେନସନ୍ ଅର୍ଥାତ ସିଡିସିର ବୟାନରୁ ଏହି ସୂଚନା ଦିଆଯାଇଛି। ଜେଏନ୍‌୧ ଭାରିଆଣ୍ଟକୁ ବିଏମ.୨.୮୬ କିମ୍ବା ‘ପିରୋଲାର ବଂଶ ମଧ୍ୟ କୁହାଯାଉଛି। 

ଉଲ୍ଲେଖନୀୟ ଯେ, ପିରୋଲା କରୋନା ଭାଇରସ୍‌ର ଓମିକ୍ରନ୍‌ ଷ୍ଟେ୍ରନର ମ୍ୟୁଟେଡ୍ ଭାରିଆଣ୍ଟ ଥିଲା। ୨୦୨୧ ରେ ଏ ବିଷୟରେ ଜଣାପଡିଛି। ଆମରିକା, ବ୍ରିଟେନ୍, ଚୀନ୍ ଓ ୟୁରୋପର ବହୁ ଅଂଶରେ ଏହି ରୋଗୀ ମିଳିଥିଲେ। କୁହାଯାଉଛି ଯେ, ବିଏ.୨.୮୬ ଓ ଜେଏନ୍‌ ୧ ରେ କେବଳ ସ୍ପାଇକ୍ ପ୍ରୋଟିନର ଏକ ପରିବର୍ତ୍ତନ ହୋଇଛି। ଭାଇରସ୍‌ର ପୃଷ୍ଠରେ ନଜର ଆସୁଥିବା ତୀକ୍ଷ୍ମ ସ୍ପାଇକ୍‌ କୌଣସି ମଣିଷକୁ ସଂକ୍ରମିତ କରିବାରେ ବଡ ଭୂମିକାରେ ଗ୍ରହଣ କରିଥାଏ। 

ବୈଜ୍ଞାନିକମାନେ ଆଶା କରୁଛନ୍ତି ଯେ, କୋଭିଡ୍‌ ୧୯ର ୨୦୨୩-୨୦୨୪ର ଅପଡେଟ୍‌ ହୋଇଛି ଓ ବିଏ.୨.୮୬ ବିରୋଧରେ କାମ କରୁଥିବା ଭ୍ୟାକସିନ୍‌ର ନୂଆ ଭାରିଆଣ୍ଟ ଉପରେ ମଧ୍ୟ ପ୍ରଭାବଶାଳୀ ରହିବ।  ବର୍ତ୍ତମାନ ଆଶ୍ବସ୍ଥିର କଥା ଏହା ଯେ, ଆମେରିକାରେ ଏପର୍ଯ୍ୟନ୍ତ ଜେଏନ୍‌୧ ଓ ବିଏ.୨.୮୬ ଦୁଇଟି କମନ୍ କିମ୍ବା ସ୍ବାଭାବିକ ନୁହେଁ। ଏଠାରେ ଜେଏନ୍‌.୧ ବହୁକଷ୍ଟରେ କୌଣସି ରୋଗୀ ଭିତରେ ଦେଖିବାକୁ ମିଳିଛି। ସିଡିସି ଅନୁସାରେ, ଜ୍ବର କିମ୍ବା ଥଣ୍ଡା ଲାଗିବା, କାଶ, ନିଶ୍ବାସ ନେବାରେ ସମସ୍ୟା, ଥକାପଣ, ମାଂସପେଶୀରେ କଷ୍ଟ, ମୁଣ୍ଡ ବିନ୍ଧା, ସ୍ବାଦ କିମ୍ବା ଶୁଙ୍ଘିବାର ଶକ୍ତି ଉପରେ ପ୍ରଭାବ, ଗଳାରେ କଷ୍ଟ ଅନୁଭବ ହେବା, ନାକରୁ ପାଣି ବୋହିବା, ବାନ୍ତି ଦେବା ଓ ଝାଡା ହେବା ଏହି ଭାରିଆଣ୍ଟର ଲକ୍ଷଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.