ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ

Published By : Harapriya Sethi | May 14, 2025 10:40 AM

କଣ୍ଟାବାଞ୍ଜି,୧୪/୦୫: ବିଗତ କେତେ ବର୍ଷ ଧରି ଶାସ୍ତ୍ରୀ ଛକଠୁ ପୁରୁଣା ବସ୍ତି ପର୍ଯ୍ୟନ୍ତ କାଠ ଓ ଟିଣରେ ନିର୍ମିତ ଡବା ଗୁଡିକ ନାଳ ଉପରେ ପକେଇ ଲୋକମନେ ବ୍ୟବସାୟ କରିଆସୁଥିଲେ । ହେଲେ ଏହି ଡବା ଗୁଡିକ ନାଳ ଉପରେ ରହିଥିବାରୁ ତାହା ସଫା ହୋଇ ପାରୁନଥିଲା । ନାଳକୁ ଲାଗିକି ସରକାରୀ ଏମି ସ୍କୁଲ ରହିଅଛି । ଯାହା ଫଳରେ ନାଳ ସଫା ନହେବାରୁ ସ୍କୁଲ ପରିସରକୁ ପାଣି ପଶି ରାସ୍ତା ଉପରେ ନାଳ ପାଣି ବୋହି ଯାଉଥିଲା । 

ତେବେ ଏହାକୁ ନେଇ ଜନସାଧାରଣ ଏନଏସିରେ ଅଭିଯୋଗ କରି ଆସୁଥିଲେ । ଏନଏସି ଅଭିଯୋଗ ପାଇବା ପରେ ୭ ଦିନ ପୂର୍ବରୁ ଦୋକାନୀ ମାନଙ୍କୁ ନୋଟିସ ଦେଇ ଦୋକାନ ଗୁଡିକୁ ହାତେଇବା ପାଇଁ ତାଗିଦ କରିଥିଲା । ହେଲେ ଦୋକାନୀମାନେ ଡବାଗୁଡିକୁ ଉଠେଇ ନଥିଲେ । ତେଣୁ ଆଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ବିଶ୍ୱନାଥ ଖାଲୋକ ଏବଂ ପୋଲିସ ପ୍ରଶାସନ ପହଞ୍ଚି ଜେସିବି ସାହାଯ୍ୟରେ ଉଚ୍ଛେଦ ଜାରି ରଖିଥିଲେ । 

ହେଲେ କୋଣସି ସୂତ୍ରରୁ ଖବର ପାଇ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ, ଏହି ଗରିବ ଲୋକଙ୍କ ଦୋକାନ ଗୁଡିକୁ କାହିଁକି ଉଚ୍ଛେଦ କରୁଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଉତ୍ତରରେ କହିଥିଲେ ଯେ, ନାଳ ସଫା କରିବା ଅସୁବିଧା ହେଉଛି ଏବଂ ସ୍କୁଲ ପରିସରକୁ ପାଣି ପଶିବା ସାଙ୍ଗକୁ ରାସ୍ତା ଉପରେ ପାଣି ଭାସୁଛି ଏବଂ ଜନସାଧାରଣ ଅସୁବିଧା ଭୋଗୁଛନ୍ତି । ତେବେ ସାଲୁଜା କହିଥିଲେ ନାଳ ସଫା କରିବା ଭଲ କଥା ହେଲେ ଦୋକାନ ନଭାଙ୍ଗି ସେମାନଙ୍କୁ ସମୟ ଦିଆଯାଉ । କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ, ଏମାନଙ୍କୁ ଆଗରୁ ନୋଟିସ ଦିଆ ସରିଛି ହେଲେ ଏମାନେ ଶୁଣୁନାହାନ୍ତି । ତେଣୁ ଆଜି ଆମେ ଏହାକୁ ଉଚ୍ଛେଦ କରିବୁ । ଏହା ଶୁଣି ସାଲୁଜା ରାଗି ଯାଇ ଯୁକ୍ତି ତର୍କ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମୁହାଁ ମୁହିଁ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.