ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୧୦ରୁ ୮ ନମ୍ବର ଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରର କାର୍ଯ୍ୟକୁ କଲେ ପ୍ରଶଂସା

Image Courtesy: NDTV

ଭୁବନେଶ୍ଵର, ୨୪/୦୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ତଥା  ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ମୋଦୀଙ୍କ କାର୍ଯ୍ୟଶୈଳୀରେ ସନ୍ତୁଷ୍ଟ ଥିବା ନୀବନ ପଟ୍ଟନାୟକ ତାଙ୍କୁ ୧୦ରୁ ୮ ନମ୍ବର ଦେଇଛନ୍ତି ।  ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦୁର୍ନୀତିର ସମୂଳନାଶ ପାଇଁ କାମ କରୁଛନ୍ତି । ଏ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ପ୍ରଶଂସନୀୟ । ରାଜଧାନୀ ଭୁବନେଶ୍ଵରରେ 'ଦ ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ୍' ଗ୍ରୁପ୍ ଦ୍ଵାରା ଆୟୋଜିତ ଓଡ଼ିଶା ସାହିତ୍ୟ ମହୋତ୍ସବରେ ଏକ ଅଧିବେଶନରେ ଯୋଗ ଦେଇ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

ଏହି ଅବସରରେ ନବୀନ ଆହୁରି କହିଛନ୍ତି, ବିଦେଶ ନୀତି ଓ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଯେଉଁ କାମ କରିଛନ୍ତି, ଏଥିପାଇଁ ତାଙ୍କୁ ମୁଁ ୧୦ରୁ ୮ ନମ୍ବର ଦେବି। ଏହି ସରକାର ଅମଳରେ ଦେଶରେ ଦୁର୍ନୀତି କମିଛି। ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଏବଂ ଦେଶବାସୀଙ୍କ ସେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମହିଳା ସଂରକ୍ଷଣ ବିଲ୍‌ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୋ ମତରେ ଏହା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। 

ମୋ ଦଳ(ବିଜେଡି) ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ ଦେଇ ଆସିଛି । ମୋ ବାପା (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) ସ୍ଥାନୀୟ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିଥିଲେ ଏବଂ ମୁଁ ଏହାକୁ ବଢାଇ ୫୦ ପ୍ରତିଶତ କରିଛି। ତାଙ୍କ ପାର୍ଟି ୨୦୧୯ ନିର୍ବାଚନରେ ଓଡ଼ିଶାର ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା ବୋଲି କହିଛନ୍ତି ନବୀନ ପଟ୍ଟନାୟକ । 

ଏହା ସହ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ'କୁ ନବୀନ ସମର୍ଥନ ଜଣାଇଛନ୍ତି । ଆମେ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି । କେନ୍ଦ୍ର ସହିତ ତାଙ୍କ ସରକାରର ସଂପର୍କ ମଧୁର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଵାଭାବିକ ଭାବେ ଆମେ ନିଜ ରାଜ୍ୟର ବିକାଶ ଚାହୁଁଛୁ ଏବଂ ବିକାଶରେ କେନ୍ଦ୍ରର ଭାଗିଦାରୀ ଗୁରୁତ୍ଵପୂର୍ଣ୍ଣ ରହିଛି । ଓଡ଼ିଶା ସରକାର ଗରିବି ହଟାଓ ଏବଂ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ସମର୍ପଣ ଭାବରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

You can also read: ଜାମ୍ମୁକାଶ୍ମୀରରେ ୫ ଲସ୍କର ଆତଙ୍କବାଦୀ ଗିରଫ, ୨ ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ

  • odisha news
  • naveen patnaik
  • pm narendra modi
  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.