ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜାମ୍ମୁକାଶ୍ମୀରରେ ୫ ଲସ୍କର ଆତଙ୍କବାଦୀ ଗିରଫ, ୨ ଟେରର ମଡ୍ୟୁଲ୍‌ର ପର୍ଦ୍ଦାଫାଶ

Image Courtesy: indiatoday

ଶ୍ରୀନଗର, ୨୪/୦୯: ଜାମ୍ମୁକାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଯୋଜନା ପଣ୍ଡ କରିଛନ୍ତି କୁଲଗାମ୍‌ ପୋଲିସ ଏବଂ ସେନା । ୫ ଜଣ ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଟେରର୍‌ ମଡ୍ୟୁଲ (ଆତଙ୍କବାଦୀ ଯୋଜନା)ର ପର୍ଦ୍ଦାଫାଶ ହୋଇଛି । ଏହା ସହ ଅପରେସନ୍‌ ସମୟରେ ବହୁ ପରିମାଣର ଗୋଳାବାରୁଦ ଏବଂ ବନ୍ଧୁକ ଜବତ କରିଛନ୍ତି ଯବାନ । 

ଦୁଇଟି ପିସ୍ତଲ, ୩ ହ୍ୟାଣ୍ଡ ଗ୍ରେନେଡ୍‌, ଗୋଟିଏ ୟୁବିଜିଏଲ୍‌ ଏବଂ ଗୋଳାବାରୁଦ ଜବତ ହୋଇଥିବା ଜଣାପଡ଼ିଛି । ହାଇବ୍ରିଡ୍‌ ଆତଙ୍କବାଦୀ   କୁହାଯାଉଥିବା ୫ ଜଣ ହେଉଛନ୍ତି- ଆଦିଲ ହୁସେନ ଓ୍ବାନି, ସୁହେଲ ଅହମ୍ମଦ ଦାର, ଏତମାଦ ଅହମଦ ଲାଓ୍ବେ , ମେହେରାଜ୍‌ ଅହମଦ ଲୋନେ ଏବଂ ସବଜାର ଅହମ୍ମଦ ଖାର । ତେବେ ଏହି ୫ ଆତଙ୍କବାଦୀ ଲସ୍କର-ଏ-ତୋଏବା ସଂଗଠନ ସହ ଜଡ଼ିତ  । 

ଏମାନଙ୍କ ବିରୁଦ୍ଧରେ କାଇମୋ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ଗତମାସ ଦକ୍ଷିଣ କାଶ୍ମୀରର ବାନ୍ଦିପୁରାରେ ଏକ ଟେରର୍‌ ମଡ୍ୟୁଲ୍ ସଂପର୍କରେ ଜାଣିବା ପରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତଦନ୍ତ ଜୋରଦାର କରିଥିଲା ପୋଲିସ । ପରେ ଏତେବଡ଼ ସଫଳାତ ପାଇବା ସହ ୫ ହାଇବ୍ରିଡ୍‌ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । 

ମିଳିଥିବା ସୂଚନା ଅନୁସାରେ, ଆଜିର ଏହି ଅପରେସନ୍‌ରେ ୨୬ ଆସାମ ରାଇଫଲସ ଏବଂ ସିଆରପିଏଫ ମିଳିତ ଭାବେ ସାମିଲ ହୋଇଥିଲେ । ଏହା ସହ କୁଲଗାମ ପୋଲିସର ମଧ୍ୟ ସକ୍ରିୟ ଯୋଗଦାନ ଥିଲା ବୋଲି ଜଣାପଡ଼ିଛି ।  

  • Jammu Kashmir
  • Terrorist
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.