ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଭୀମା ଦେବତାଙ୍କ ବାଲିଯାତ୍ରା ମହୋତ୍ସବ ଉଦଯାପିତ, ଭୀମା ଦେବତା ଓ କନ୍ଧୁଣି ଦେବୀଙ୍କ ବିବାହ ସମ୍ପନ୍ନ

କୋକସରା, ୨୦/୦୨:  କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମରେ ହରିବୋଲ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି। ଏଥିସହ ,ଭିମା ଓ କନ୍ଧୁଣି ଙ୍କ ବିବାହ ମହୋତ୍ସବ ମଙ୍ଗଳବାର  ସମ୍ପନ୍ନ ହୋଇଯାଇଛି । 

 ବଙ୍ଗୋମୁଣ୍ଡା ବାଲିଯାତ୍ରା କମିଟିଠାରୁ ମିଲିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବାଲିଯାତ୍ରା ପାଳନ ପାଇଁ ବଙ୍ଗୋମୁଣ୍ଡା ଗ୍ରାମବାସୀ  ମାନେ ଏକ କମିଟି ଗଠନ କରି କିଛିମାସ ତଳେ ବୈଠକ କରି ବାଲିଯାତ୍ରା ଉତ୍ସଵ ପାଳନ କରିବାକୁ ସ୍ଥିର କରିଥିଲେ। ଗତ ଡିସେମ୍ବର ମାସରେ ବାଲିଯାତ୍ରା ପାଳନ କରିବା ପାଇଁ ବାଲିଯାତ୍ରା ର ମୁଖ୍ୟ ପୁରୋଧା ଅର୍ଦ୍ଧନାରୀର୍ଶ୍ୱର ଗୁରୁମେ ଶ୍ରୀ ଲକ୍ଷିଧର ମାଝୀ,ମନିଷ ଗାଁ,ବ୍ଲକ କାଶୀପୁର, ଜିଲ୍ଲା ରାୟଗଡା ଙ୍କୁ ସ୍ୱାଗତ କରି ଗାଁ ରେ ଶୁଭଖମ୍ବ ସ୍ଥାପନ କରାଯାଇ ବାଲିଯାତ୍ରା ଆରମ୍ଭ ହୋଇଥିଲା । ଦୀର୍ଘ  ତିନି ମାସ ଧରି ପ୍ରତିଦିନ ସନ୍ଧ୍ୟାରେ ବାଲିଯାତ୍ରା ର ଅସ୍ଥାୟୀ ପୂଜାଘର ରେ ଗୁରୁମେ ଗ୍ରାମ୍ୟ ଦେବାଦେବୀ ଙ୍କୁ ଆବାହନ କରିବା ପରେ କୁଆଁରୀ କନ୍ୟା ଓ ଶିରା ଙ୍କ ଠାରେ କାଳିସୀ ଲାଗି ହୋଇ ବାଲିଯାତ୍ରା ପଡ଼ିଆ ରେ ଗଣା ବାଜା ରେ ନାଚିଗାଇ ଲୁହାର କଣ୍ଟା ଦୋଳି କାଳିସୀଙ୍କ ଝୁଲିବା ଦୃଶ୍ୟ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। 

ଏହା ମଧ୍ୟରେ ଭୀମା ଦେବତାଙ୍କୁ ଗୁରୁମେ ପ୍ରତିଦିନ ପୂଜାର୍ଚ୍ଚନା ସହିତ ଭୀମା ଜନ୍ମ ରୁ ବିବାହ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବିଧି ମୁତାବକ ପୂଜାର୍ଚ୍ଚନା କରିଥିଲେ। ପରେ ଭୀମା ଦେବତା ଙ୍କ ପାଇଁ କନ୍ୟା ଖୋଜା ହୋଇଥିଲା। ଭୀମା ଦେବତା ଙ୍କ ବିବାହ  ପ୍ରସ୍ତାବ କନ୍ଧେନ ଦେବୀ ଙ୍କ ସହ ହେବାସହ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିଲା। ହରିବୋଲ ଭୀମା ଓ କନ୍ଧେନ ଦେବୀ ଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଦେବାଦେବୀ ସହ ପୂଜକ ଓ କାଲିଶି ଲାଗିଥିବା ଝିଅମାନେ ସୋମବାର ଭିମା ଖୁଣ୍ଟକୁ ନେଇ ଗ୍ରାମ ର ନିକଟସ୍ଥ ଏକ ପୋଖରୀରେ ଲୁଚାଇଥିଲେ । ମଙ୍ଗଳବାର ମଧ୍ୟାହ୍ନ ରେ ଦେବାଦେବୀ ଙ୍କ ଲାଠିକୁର୍ସି,ପୁଜକ,କାଲିସି ଓ ଗ୍ରାମ ର ଶତାଧିକ ଗ୍ରାମବାସୀ ମାନେ ବଜାଗଜା ସହ ମିଶି ପୋଖରିକୁ ଯାଇ ଲୁଚା ଯାଇଥିବା ଖୁଣ୍ଟକୁ ପୋଖରୀ ପାଣି ରୁ ଖୋଜି ବାହାର କରିବା ପରେ ପୁଣିଥରେ ବାଲିଯାତ୍ରା ପଡ଼ିଆ କୁ ପହଞ୍ଚି ଥିଲେ। ପରେ ଅପରାହ୍ନରେ ବିବାହ କାର୍ଯ୍ୟ କାରମ୍ଭ ହୋଇଥିଲା।ବାଲିଯାତ୍ରା ପିଠରେ ଥିବା ଦେବୀ ଖୁଣ୍ଟ ସମ୍ମୁଖରେ ଭିମା ଓ କନ୍ଧୁଣି କନ୍ୟାକୁ ବସାଇ ରୀତିନୀତି ଅନୁଯାୟୀ ହଳଦୀ ଖେଳ ଓ ଅନ୍ୟ ରୀତିନୀତି ରେ ବିବାହ କରି ବନ୍ଧାପଣା ନାଚଗୀତ କରିଥିଲେ।ଏହାପରେ ସଂଧ୍ୟାରେ ଏକ ପଶୁ କୁ ବଳି ଦିଆଯାଇଥିଲା ଓ ବିବାହ ରେ ଆସିଥିବା ବନ୍ଧୁ ବାନ୍ଧବ,ଅତିଥୀ ଙ୍କୁ ଭୋଜିଭାତ ରେ ଆପ୍ୟାୟିତ କରିଥିଲେ।ଦିର୍ଘ  ୩ ମାସ ଧରି ଚାଲିଥିବା ବାଲିଯାତ୍ରା କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ବିଜୟଦେଵ ସାହୁ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମ ପୁଜକ ଜିତେନ୍ଦ୍ର ପୁଝାରି, ହର ପ୍ରସାଦ ପୁଝାରି, ମଧୁସୂଦନ ପୁଝାରି ଦେବାଦେବୀ ଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ବାଲିଯାତ୍ରା ଗ୍ରାମ୍ୟ ପୂଜା କମିଟିର ସଭାପତି କ୍ଷୀରସିନ୍ଧୁ ମାଝୀ, ସମ୍ପାଦକ ଜଗଦୀଶ ଗହୀର, ସହ ସମ୍ପାଦକ ଝଜନେଶ୍ବର ନାଏକ,କୋଷାଧ୍ୟକ୍ଷ କବିରାଜ ଦଳପତି, ଦେବରାଜ ଦଳପତି, ଗ୍ରାମ ଗୌନ୍ତିଆ ଡବଲ ମାଝୀ, ଭଣ୍ଡାର ରକ୍ଷକ ଚନ୍ଦ୍ର ଶେଖର ମାଝୀ, ନିରଞ୍ଜନ ଦଳପତି, ହେମାଞ୍ଚଳ ଦଳପତି, ଦୀନବନ୍ଧୁ ପୁଝାରି, ପୁରୁଷୋତ୍ତମ ନାଏକ, ଜଗନ୍ନାଥ ଦଳପତି,ଦିବାକର ମାଝୀ, ଭଗବାନ ପୂଝାରି,ମଣି ରାମ ଛତ୍ରୀଆ ଓ ବଙ୍ଗୋମୁଣ୍ଡା ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ଏହି ବାଲିଯାତ୍ରା ହରିବୋଲ ଭିମା ଓ କନ୍ଧେନ ଦେବୀ ଙ୍କ ବିବାହ ଉତ୍ସଵ ଦେଖିବାକୁ ୩ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.