ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରକ୍ତ ରଞ୍ଜିତ ହେଲା ମା’ ମାଣିକେଶ୍ବରୀ ପୀଠ

କଳାହାଣ୍ଡି, ୧୧/୧୦ :  କଳାହାଣ୍ଡିର ଆରାଧ୍ୟ ଦେବି ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି l କଳାହାଣ୍ଡିର ବିରାବାଦ୍ୟ ଘୁମୁରା, ଗଣା ବାଜା, ଘଣ୍ଟ ଦଳ ଏବଂ ଆଦିବାସୀ ବାଦ୍ୟରେ ଦୁଲୁକୁ ଥିଲା   ଭବାନୀପାଟଣା ସହର l ଜେନାଖାଲରୁ ଭୋର ୫ ଟାରୁ ବାହାରି ଜେଲ ଛକ, ମେଡିକାଲ ଛକ, ଘୋଡ଼ାଘାଟ ଛକ ଦେଇ ଭକ୍ତଙ୍କ ଗହଣରେ ଝୁମି ଝୁମି ମନ୍ଦିର ରେ ପହଞ୍ଚି ଥିଲେ ମାଁ ଙ୍କ ଛତର l ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଭକ୍ତ ମାନେ ମା’ ମା’ ବୋଲି ଡାକି ଗୁହାରି କରୁଥିଲେ l ସମସ୍ତଙ୍କୁ ଘଣ୍ଟ ଘୋଡେଇ ରଖିବା ପାଇଁ ମାନସିକ କରୁଥିଲେ l ଶ୍ରଦ୍ଧାଳୁମାନେ କୁକୁଡ଼ା, ବୋଦା, ବଳି ଦେଇଥିଲେ l ଭବାନୀପାଟଣା ରାସ୍ତା ଜେନା ଖାଲଠାରୁ ମା’ ମାଣିକେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପଶୁ ଏବଂ ପକ୍ଷୀ ବାଲିରେ ରକ୍ତରଞ୍ଜିତ ହୋଇଛି l 

ବଳି ପ୍ରଥାକୁ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବଳି ପ୍ରଥା ବନ୍ଦ ପାଇଁ ପ୍ରୟାସ ଜାରି ରହିଛି l କିନ୍ତୁ ମାନସିକଧାରୀଙ୍କ ଭକ୍ତି ଭାବାବେଗ ଓ ବିଶ୍ୱାସ ଆଗରେ ହାର ମାନିଛି କଳାହାଣ୍ଡି ଜିଲ୍ଲା ପ୍ରଶାସନର ସମସ୍ତ ନିତୀ ନିୟମ l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନସିକଧାରୀଙ୍କ ମନସ୍କାମନା ଅନୁଯାୟୀ   ହଜାର ସଂଖ୍ୟାରେ ବଳି ଦେଇଥିବାବେଳେ ଅନେକ ଶ୍ରଦ୍ଧାଳୁ ବଳିରୁ ନିବୃତ ହୋଇ ନଡ଼ିଆ ଭୋଗ ଲଗାଇଥିଲେ ଏବଂ ଜଗତର ସୁଖ ସମୃଦ୍ଧି ଶାନ୍ତି ପାଇଁ ଶାନ୍ତିର ପ୍ରତୀକ ଭାବେ ପାରାକୁ ମା’ର ଛତର ଉପରେ ଉଡେଇ ଥିଲେ l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.