ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଅଚେତ ଅବସ୍ଥାରେ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

କୋକସରା:୦୨/୧୦ :  ଅଲୋଡ଼ା ହେଲା ଶିଶୁକନ୍ୟା।  ଜନ୍ମର କିଛି ସମୟ ପରେ ମାନବିକତା ଭୁଲି ବୁଦାମୂଳ ପକାଇ ଦେଇ ମରଣ ମୁହଁକୁ ଛାଡି ଚାଲିଗଲେ। କିଛି ଯୁବକ ଶିଶୁର କାନ୍ଦ ଶୁଣି ଅନ୍ଧାର ରାତିରେ ବୁଦାମୂଳରେ ଶିଶୁକୁ ଠାବ କରିବା ସହ ଉଦ୍ଧାର କରିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଥାନା ରଣମାଲ ପଞ୍ଚାୟତ ଅନ୍ତର୍ଗତ ଭୁର୍ସିଗୁଡା ଗାଁ ଠାରେ। 

 ମଙ୍ଗଳବାର ରାତିରେ ଗାଁ ର କିଛି ଯୁବକ ରାସ୍ତାକୁ ବୁଲିବା ପାଇଁ ଆସିଥିଲେ।ଏ ସମୟରେ ପାଖରେ ଥିବା ଏକ ବୁଦାମୂଳରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ପାଇଥିଲେ।କଣ ହୋଇଛି ବୋଲି ଯୁବକ ମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେହି ଦୃଶ୍ୟ ହୃଦୟକୁ ଥରାଇ ଦେଇଥିଲା। କେହିଁ ଜଣେ  ନବଜନ୍ମିତ ଶିଶୁକନ୍ୟାକୁ ବୁଦାମୂଳରେ ମରଣ ମୁହଁରେ ଛାଡି ଦେଇଥିଲା । ଯୁବକମାନେ ତୁରନ୍ତ ଗାଁର ଆଶା, ଅଙ୍ଗନବାଡ଼ି,ସ୍ଥାନୀୟ ପୋଲିସ, ସାମ୍ବାଦିକ ,ସ୍ବେଚ୍ଛାସେବୀଙ୍କୁ ଖବର ଦେଇଥିଲେ। ପରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶିଶୁ କନ୍ୟାର ଓଜନ ୧୨ ଶହ ଗ୍ରାମ ଥିବା ବେଳେ  ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି। ଏନଆଇସିୟୁ ୱାର୍ଡ଼ରେ  ଶିଶୁର ଚିକିତ୍ସା ଚାଲିଛି। ଜିଲ୍ଲା ସିଡବ୍ଲୁସି ଓ ଚାଇଲଡ଼ ପ୍ରୋଟେକ୍ସନ ୟୁନିଟକୁ ଅବଗତ କରାଯାଇଛି। 

ଆଶା କର୍ମୀ ବିଦୁଲତା ଲେଞ୍ଜିଆ, ଅଙ୍ଗନବାଡି କର୍ମି ଦୁର୍ମିଳା ନାଏକ, ଜୟନ୍ତୀ ଦୁର୍ଗା ସ୍ୱେଚ୍ଛାସେବୀ ବେଣୁପାଣି ଦୁର୍ଗା, ଗୋବର୍ଦ୍ଧନ ଦୁର୍ଗା,ଟଙ୍କଧର ଲହଜଳ, ରମେଶ ବେହେରା, ଗୋଲେଖ ତାଣ୍ଡି ପ୍ରମୁଖ ଶିଶୁକୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିବା ସହ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କିଏ କେଉଁଠି ପାଇଁ ଶିଶୁକୁ  ପକାଇ ଦେଇଛି ତାହାକୁ ନେଇ ଚର୍ଚ୍ଚା ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.