କଳାହାଣ୍ଡି,୧୪/୧୧: ଶୌଚ ପାଇଁ ଯାଇଥିବା ବେଳେ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଦୁର୍ଘଟଣାରେ କଟିଗଲା ଯୁବକଙ୍କ ଗୋଡ଼ । ଯୁବକ ଜଣକ ଜାମଖେଜୁ ଗାଁର ଚନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲା ଜାମଖେଜୁ ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଜାମଖେଜୁ ଗାଁର ଚନ୍ଦ୍ର ମାଝୀ ପାହାନ୍ତିଆରେ ଶୌଚ ହେବା ପାଇଁ ଟ୍ରେନ ଲାଇନ ନିକଟକୁ ଯାଇଥିଲେ । ସେଠାରେ ଶୌଚ ହେବା ବେଳେ ହଠାତ ଏକ ମାଲବାହୀ ଟ୍ରେନ୍ ଆସିଥିଲା । ଫଳରେ ଯୁବକ ଜଣକ ଟ୍ରେନ୍ ଚାପାରେ ପଡ଼ି ଯାଇଥିବାରୁ ତାଙ୍କ ବାମ ଗୋଡ଼ ସମ୍ପୂର୍ଣ କଟି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ ବିଶ୍ୱନାଥପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l