ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ

ରାମପୁର,୧୦/୧୦: କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ ନର୍ଲା ରେଞ୍ଜ ଅନ୍ତର୍ଗତ ଜାମ ପଡ଼ା ନିକଟରେ ବୁଧବାର ରାତିରେ ଏକ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ । ସେଠାରେ ପଡ଼ି ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲା । ପାଞ୍ଚ ଫୁଟ୍ ଗୋଲେଇ କୂଅ ମଧ୍ୟରେ ହାତୀଟି ପଡ଼ି ଥିବାରୁ ବାହାରିବା ସମ୍ଭବ ହୋଇପାରିନଥିଲା । ଏହା ଦେଖି ସ୍ଥାନୀୟଲୋକେ ନର୍ଲା ରେଞ୍ଜ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନର୍ଲା ରେଞ୍ଜ ଅଧିକାରୀ ଭରତ ବନ୍ଧୁ ଶବର ଅନ୍ୟ କର୍ମଚାରୀଙ୍କ ସହ ପହଞ୍ଚିଥିଲେ । ସେଠାରେ ପହଞ୍ଚି ହାତୀଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଉଦ୍ଧାର ହେବା ପରେ ହାତୀଟି ଜଙ୍ଗଲ ମୁହାଁ ହେଇଥିବା କହିଛନ୍ତି ନର୍ଲା ରେଞ୍ଜ ଅଧିକାରୀ । 

ତେବେ ଗତ ବର୍ଷ ଡିସେମ୍ବର ମାସ ଦଶ ତାରିଖରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ନର୍ଲା ରେଞ୍ଜ ଅଧିକାରୀ ପ୍ରଶାନ୍ତ ପାଲ୍‌ଙ୍କ ମୃତ୍ୟୁ ହେଇଥିଲା । ବର୍ଷର ସବୁ ସମୟରେ ଏଇ ଅଞ୍ଚଳରେ ହାତୀଙ୍କ ଉପସ୍ଥିତି ରହୁଥିବାରୁ ବନ ବିଭାଗ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି ଜନ ସାଧାରଣ ଆଲୋଚନା କରୁଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.