ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ରାଜ୍ୟ ଭତ୍ତାଧାରୀଙ୍କ ପାଇଁ ଖୁସି ଖବର; ଖୁବ୍‌ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥୀଙ୍କ ବୃଦ୍ଧି ହେବ ଦରମା

ଗଜପତି, ୨୪।୧: ରାଜ୍ୟର ଭତ୍ତାଧାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ମାସରୁ ଭତ୍ତା ବଢ଼ିବ । ଖୁବ୍‌ଶୀଘ୍ର ଭତ୍ତା ସହ ଆଶା, ଅଙ୍ଗନବାଡ଼ି ଦିଦି, ସ୍ୱଚ୍ଛ ସାଥୀଙ୍କ ଦରମା ବୃଦ୍ଧି ହେବ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ । ଏ ବଡ଼ ସୂଚନା ଦେଇଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଗଜପତି ଜିଲ୍ଲା ଗସ୍ତରେ ଆସି ଶ୍ରୀ ପାଣ୍ଡିଆନ ବିଏସକେୱାଇର ସୁବିଧା ନେବାକୁ ଜନସାଧାରଣଙ୍କୁ ଅପିଲ୍‌ ମଧ୍ୟ କରିଛନ୍ତି । ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ସେ କହିଛନ୍ତି । ଏପରିକି ଏବେ ଗ୍ରାମାଞ୍ଚଳରେ ନବୀନ କାର୍ଡ ଉପଲବ୍ଧ ହେବ । ଆଗକୁ ସହରାଞ୍ଚଳରେ ମଧ୍ୟ ଏ କାର୍ଡରେ ମାଗଣା ଚିକିତ୍ସା ସେବା ମିଳିବ ବୋଲି ୫-ଟି ଅଧ୍ୟକ୍ଷ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଛନ୍ତି ଶ୍ରୀ ପାଣ୍ଡିଆନ । 

କାଶୀନଗର ଓ ରା.ଉଦୟଗିରି ବ୍ଲକ୍‌ ରାମଗିରିଠାରେ ଆୟୋଜିତ ଜନସଭାରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସାରା ଦେଶରେ ଏକ ଅନନ୍ୟ ଯୋଜନା । ଏହା ଗରିବ ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ପ୍ରତି ମାସରେ ରାଜ୍ୟ ସରକାର ବିଏସ୍‌କେୱାଇରେ ୨୦୦ କୋଟି ଖର୍ଚ୍ଚ କରୁଛନ୍ତି । ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ଏହାଦ୍ୱାରା ସୁନିଶ୍ଚିତ ମାଗଣା ସ୍ୱାସ୍ଥ୍ୟସେବା ମିଳୁଛି । ୫-ଟି ଅଧ୍ୟକ୍ଷ କହିଲେ, ସାଢ଼େ ୪ କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ପରିବାର । କୌଣସି ବଡ଼ ରୋଗ ଆସିଲେ ପରିବାର ନ ଭାଙ୍ଗୁ, ଏହା ହିଁ ମୁଖ୍ୟମନ୍ତ୍ରୀ ଚାହାଁନ୍ତି । ଗ୍ରାମାଞ୍ଚଳ ଲୋକଙ୍କୁ ଆଉ ଜଟିଳ ରୋଗ ପାଇଁ ଜମି ବନ୍ଧା ରଖିବାକୁ ପଡ଼ିବନି କି ସୁନା ଗହଣା ବିକିବାକୁ ପଡ଼ିବନି । ଗରିବ ଲୋକମାନେ ସମ୍ମାନର ସହ ଚିକିତ୍ସା ପାଇବାକୁ ମୁଖ୍ୟମନ୍ତ୍ରୀ ଏହି ସୁବିଧା ଯୋଗାଇଛନ୍ତି । ବିଏସ୍‌କେୱାଇ ଭଳି ଅନନ୍ୟ ଯୋଜନା ଅନ୍ୟ କୌଣସି ରାଜ୍ୟରେ ନାହିଁ । ଏହି କାର୍ଡ ଦ୍ୱାରା ଗରିବ ଲୋକମାନେ ବି ଧନୀ ଲୋକଙ୍କ ଭଳି ଦୃଢ଼ ଇଚ୍ଛାଶକ୍ତିର ସହ ବଡ଼ବଡ଼ ହସ୍ପିଟାଲ୍‌ରେ ମାଗଣା ଚିକିତ୍ସା କରିପାରୁଛନ୍ତି ।  

ସେ କହିଲେ, ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ଘରକୁ ମିଳିବ ବିଏସ୍‌କେୱାଇ କାର୍ଡ । ଯେଉଁମାନେ ଏହି କାର୍ଡ ପାଇନାହାନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ବିଏସ୍‌କେୱାଇ- ନବୀନ କାର୍ଡ ପ୍ରଦାନ କରିବେ । ଯେଉଁମାନଙ୍କ ପାଖରେ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରନ୍ତୁ । ବିଏସ୍‌କେୱାଇ କାର୍ଡ ନ ଥିବା ପଞ୍ଚାୟତର ସବୁ ଲୋକଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଆହୁରି ସମୟ ଅଛି । ଏହି କାର୍ଡ ନ ଥିବା ସବୁ ଲୋକ ମୋ-ସେବା କେନ୍ଦ୍ରରେ ନାମ ଲେଖନ୍ତୁ ଓ ମାସେ ଭିତରେ କାର୍ଡ ପାଇବେ । ଏ ସୁଯୋଗକୁ କେହି ହାତଛଡ଼ା କରନ୍ତୁ ନାହିଁ । ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ପୁଣି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଗଠନ ସ୍ୱପ୍ନକୁ ସାକାର କରିବାକୁ ଗଜପତିବାସୀ ସହଯୋଗ କରନ୍ତୁ । ଏହା ଲୋକଙ୍କ ସରକାର । ଲୋକମାନେ ଯାହା ଚାହିଁବେ, ସରକାର ସେଇଆ କରିବେ । ଅନ୍ୟ କୌଣସି ସରକାରରେ ଏହା ହୋଇପାରିବ ନାହିଁ । ପ୍ରତି ଘରେ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚାଇବାକୁ ଖୁବ ଶୀଘ୍ର କାମ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ୍‌, କାମରେ ଅଧିକ ବିଶ୍ୱାସ କରନ୍ତି । ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ପୂରଣ ପାଇଁ ସମସ୍ତେ ସହଯୋଗ କରିବାକୁ ୫-ଟି ଅଧ୍ୟକ୍ଷ ଅପିଲ୍‌ କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.