ପ୍ରମୂଖ ଖବର
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya | January 11, 2025 11:08 PM

ମାଲକାନଗିରି, ୧୧/୧(ଆପ୍ର ) : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମା ଜିଲ୍ଲା ପୋଲିସ ନକ୍ସଲମାନଙ୍କ ବିରୁଦ୍ଧରେ ନିରନ୍ତର ସଫଳତା ହାସଲ କରୁଛି । ଗୋଟିଏ ପଟେ ନକ୍ସଲ ଅପରେସନରେ ମାଓବାଦୀଙ୍କୁ ହତ୍ୟା କରାଯାଉଛି। ଅନ୍ୟପକ୍ଷରେ ସୁକମା ପୋଲିସ ଆଗରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି। ଆଜି ସୁକମା ଜିଲ୍ଲାରେ ୨ ଜଣ ମହିଳାଙ୍କ ସମେତ ୯ଜଣ ପୁରସ୍କୃତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ୪୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।

 ସୁକମା ଏସପି କିରଣ ଚାଭନ କହିଛନ୍ତି ଯେ ଛତିଶଗଡ ସରକାରଙ୍କ ପୁନର୍ବାସ ନୀତି ଏବଂ ନକ୍ସଲ ବିଲୋପ ଅଧୀନରେ ନିରନ୍ତର କାର୍ଯ୍ୟ ଚାଲିଛି। ଏଥିସହ ନୟାଦ ନେଲାନାର ଯୋଜନା ଅଧୀନରେ ନକ୍ସଲ ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ସ୍ଥାପନ କରି ପୋଲିସ ଆଗକୁ ବଢୁଛି ଏବଂ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ଏକ ନିରନ୍ତର ଆବେଦନ କରାଯାଉଛି । ଏହା ଦ୍ୱାରା ପ୍ରଭାବିତ ୯ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି। ଯାହାଙ୍କ ଉପରେ ମୋଟ ୪୩ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣରେ ଜିଲ୍ଲା ଫୋର୍ସ କୋଣ୍ଟା, ଡି ଆରଜି, ନକ୍ସଲ ସେଲ୍ ଏବଂ ସିଆରପିଏଫ ବାଟାଲିୟନ ଙ୍କ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସମସ୍ତେ ସୁକମା ପୋଲିସ କାର୍ଯ୍ୟାଳୟର ସୁକମା ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଏବଂ ପୋଷାକ ପ୍ରଦାନ କରାଯାଇଥିଲା। ସମସ୍ତ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଜିଲ୍ଲାରେ ଘଟିଥିବା ବିଭିନ୍ନ ନକ୍ସଲ ଘଟଣାରେ ଜଡିତ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.