ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ପୋଲିସକୁ ମିଳିଲା ବଡ଼ ସଫଳତା, କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By : Harapriya Sethi | January 12, 2025 1:47 PM

ମାଲକାନଗିରି ୧୨।୦୧ : ମାଲକାନଗିରି ଜିଲ୍ଲାରେ ପୋଲିସକୁ ମିଳିଲା ବଡ ସଫଳତା । ଜଙ୍ଗଲ ଭିତରେ କୁମ୍ବିଂ ଅପରେସନ ବେଳେ ଠାବ ହୋଇଛି ବଡ ଧରଣର ମାଓ ଡମ୍ପ। ଏହାରି ମଧ୍ୟରେ ଅନେକ ବନ୍ଧୁକ, ଗୁଳି ଆଦି ସାମଗ୍ରୀ ରହିଛି । 

ସୂଚନା ମୁତାବକ, ମାଲକାନଗିରି ଏମ୍‌ଭି ୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଏକ ମାଓ ଡମ୍ପ ଠାବ ହୋଇଥିଲା । ଯାହା ମଧ୍ୟରେ ରହିଛି ଗୋଟିଏ ଏସ୍‌ଏଲ୍‌ଆର୍‌ ବନ୍ଧୁକ, ଏସ୍‌ଏଲ୍‌ଆର୍‌ ମାଗାଜିନ, ଚାରିଟି ଚାର୍ଜର, ୫୦ ଟି ଏସ୍‌ଏଲ୍‌ଆର୍‌ ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.