ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗୁଳୁଗୁଳି ସହି ନପାରି ଛାତ୍ରଛାତ୍ରୀ ଅସୁସ୍ଥ, ୮ପିଲା ଚେତାଶୂନ୍ୟ

କେନ୍ଦ୍ରାପଡା,୧୧/୦୭: ଅତ୍ୟଧିକ ଗରମ ଓ ଗୁଳୁଗୁଳି ସହି ନପାରି ଅସୁସ୍ଥ ହେଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡା ସହର ଉପକଣ୍ଠ ଉଦୟ ନଗରରେ ହୋଇଛି ଏହି ଘଟଣା । ଟାଇମ୍ସ ଗୁରୁକୂଳ ସ୍କୁଲରେ ପାଠ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଲେ ଛାତ୍ରଛାତ୍ରୀ । ସମସ୍ତ ୮ ଜଣଙ୍କୁ  ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସ୍କୁଲରେ ବିଦ୍ୟୁତ୍ ଯୋଗାଣ ନଥିବାରୁ ଏପରି ଘଟଣା ଘଟିଥିବା ଅଭିଯୋଗ।

ସୂଚନା ଅନୁଯାୟୀ, ଟାଇମ୍ସ ଗୁରୁକୂଳ ସ୍କୁଲରେ ପାଠ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଛାତ୍ରଛାତ୍ରୀ । ସ୍କୁଲରେ ବିଦ୍ୟୁତ୍ ଯୋଗାଣ ନଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ପିଲାଙ୍କର ଏପରି ଅବସ୍ଥା ହୋଇଛି । ଦିନ ପ୍ରାୟ ୧୨ଟା ବେଳେ ସ୍କୁଲରେ ପାଠ ପଢା ଚାଲିଥିଲା । ଏହି ସମୟରେ ହଠାତ୍ କିଛି ପିଲା ଚେତାଶୂନ୍ୟ ହୋଇଯାଇଥିଲେ। ପ୍ରାୟ ୮ ଜଣଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  ଏନେଇ  ସ୍କୁଲରେ ବିଦ୍ୟୁତ୍ ଯୋଗାଣ ନଥିବାରୁ ଏପରି ହୋଇଛି ବୋଲି  ଅଭିଭାବକ ଅଭିଯୋଗ କରିଛନ୍ତି।। ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.