ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଖୁବ୍‌ଶୀଘ୍ର ଖୋର୍ଦ୍ଧାରୋଡ୍‌ରେ ରେଳ ଫ୍ଲାଏଓଭର ନିର୍ମାଣ, ୭.୪୧ କିମି ଲମ୍ବା ପାଇଁ ଖର୍ଚ୍ଚ ହେବ ୧୯୧.୮୭ କୋଟି

ଭୁବନେଶ୍ୱର,୨୫/୦୬: ଖୁବ୍‌ଶୀଘ୍ର ଖୋର୍ଦ୍ଧାରୋଡ୍‌ ଷ୍ଟେସନରେ ନିର୍ମାଣ ହେବ ରେଳ ଫ୍ଲାଏଓଭର । ଏନେଇ ସୋମବାର ରେଳ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି । ବୃଦ୍ଧି ପାଉଥିବା ଟ୍ରେନ ଚଳାଚଳ ଏବଂ ଯାତାୟାତକୁ ଦୃଷ୍ଟିରେ  ରଖି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି । ୭.୪୧ କିଲୋମିଟର ଲମ୍ବା ଫ୍ଲାଏଓଭର  ପାଇଁ ମୋଟ ୧୯୧.୮୭ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୀରୁ ଭୁବନେଶ୍ୱର ଦିଗକୁ  ଯାତାୟାତ କରୁଥିବା ଟ୍ରେନ୍‌ ଚଳାଚଳକୁ ସୁଗମ କରିବା ଏବଂ ହାୱଡ଼ା-ଚେନ୍ନାଇ  ମୁଖ୍ୟ ରେଳପଥ ଏବଂ ଖୋର୍ଦ୍ଧାରୋଡ୍‌-ପୁରୀ ଶାଖା ପଥରେ ଟ୍ରେନ ବିଳମ୍ବକୁ ହ୍ରାସ ପାଇଁ ପୂର୍ବତଟ ରେଳପଥ ଫ୍ଲାଏଓଭର ନିର୍ମାଣ ପାଇଁ ପୂର୍ବରୁ ପ୍ରସ୍ତାବ ଦେଇଥିଲା ।  ଯାହାକୁ ମଞ୍ଜୁରି ମିଳିଛି । ଭାରତୀୟ ରେଳ  ବିଭାଗର ଶକ୍ତି କରିଡର ଯୋଜନା  ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି  ପ୍ରକଳ୍ପ ବ୍ୟସ୍ତବହୁଳ ରେଳ ସେକ୍ସନରେ  ଟ୍ରେନ୍‌ ଚଳାଚଳର ଦକ୍ଷତା ବୃଦ୍ଧି ଦିଗରେ  ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । 

ବିଭିନ୍ନ ଟ୍ରେନ୍‌ର ଗତିବିଧିକୁ  ପରିଚାଳନା କରୁଥିବା ଖୋର୍ଦ୍ଧାରୋଡ୍‌ ରେଳ  ଷ୍ଟେସନ୍‌ ଏକ ପ୍ରମୁଖ ସଂଯୋଗ ସ୍ଥାନ ବା  ଜଙ୍କ୍‌ସନ ଅଟେ । ଏହି ଫ୍ଲାଏଓଭର ନିର୍ମାଣ ପରେ ଭୁବନେଶ୍ୱର-ବ୍ରହ୍ମପୁର ଏବଂ  ଖୋର୍ଦ୍ଧାରୋଡ-ପୁରୀ ରେଳ ସେକ୍ସନରେ ଟ୍ରେନର ଏକକାଳୀନ ଗତିବିଧି ନିରୀକ୍ଷଣ  କରିବାରେ ସହଜ କରିବ । ପୁରୀ ଦିଗରୁ କ୍ରସ୍‌ ଟ୍ରାଫିକ୍‌ ଅନୁମତି ଦେବା ପାଇଁ  ଖୋର୍ଦ୍ଧାରୋଡରେ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ପଡୁଥିଲା, ଯାହାଦ୍ୱାରା ବିଳମ୍ବ ଟ୍ରେନ  ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇଥିଲା । ତେଣୁ ସମସ୍ୟା ଦେଖାଉଥିବା  ଟ୍ରେନ୍‌ ଚଳାଚଳକୁ ବ୍ୟବସ୍ଥିତ କରିବା ଏବଂ କ୍ରସ୍‌-ମୁଭ୍‌ମେଣ୍ଟ ଦୂର କରି ଏହି ନୂତନ  ରେଳ ଫ୍ଲାଏଓଭର ଯାତ୍ରୀଙ୍କ ପାଇଁ ଏକ ସୁଗମ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ । ଏଥିସହ  ସ୍ଥାନୀୟ ଅଞ୍ଚଳରେ ଭାରତୀୟ ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ପାଇବ । ଏଥିପାଇଁ  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.