ଭୁବନେଶ୍ବର, ୧।୩ : ଓଲଡ ଟାଉନ ଲିଙ୍ଗରାଜ ଅଞ୍ଚଳର ଶ୍ରୀରାମନଗରରେ ଏସବିଆଇ ଏଟିଏମ୍ ଲୁଟ ଘଟଣାର କମିସନରେଟ ପୋଲିସ ପର୍ଦ୍ଦାଫାସ କରିଛି। ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ଏକ ଲକ୍ଷ ୭୦ ହଜାର ଟଙ୍କା ପୋଲିସ ଜବତ୍ କରିଛି । ଏହି ଘଟଣାରେ ଜଡିତ ଅନ୍ୟ ୨ ଜଣ ପଶ୍ଚିମବଙ୍ଗ ଲୁଟେରା ଫେରାର ରହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବିକି ଓରଫ ଦେବୀ ପ୍ରସାଦ ମଲିଆ , କ୍କାଂହା ଓରଫ ରମାକାନ୍ତ ସାହୁ , ସାଗର ସାମଲ , ବରୁ ଓରଫ ବୀରେନ ରାଉତ , ଆକାଶ ମହାପାତ୍ର ଏବଂ ଆକାଶ ମୁଖାର୍ଜୀ ।
ଗତ ୨୦୨୨ ମସିହାରେ ଧଉଳି ଅଞ୍ଚଳର ଏକ ଏଟିଏମ୍ ଲୁଟ ମାମଲାରେ ପଶ୍ଚିମବଙ୍ଗର ବିଜୁ ଓରଫ ଏସ କେ ମିର୍ଯୁମାନ ରେହମାନ ଓ ରୁସ୍ତମ୍ ଦୁହେଁ ସଂପୃକ୍ତି ରହିଥିଲେ। ସେମାନେ ଗତ ୨୫ ଡିସେମ୍ବର ୨୦୨୪ ମସିହାରୁ ଜେଲରୁ ବାହାରିଥିଲେ। ଜେଲରେ ଥିବା ବେଳେ ସ୍ଥାନୀୟ ଲୁଟେରାଙ୍କ ସହ ମିଶି ଏଟିଏମ ଲୁଟ ପାଇ ଯୋଜନା କରିଥିଲେ। ଗତ ୨୪ ତାରିଖରେ ଶ୍ରୀରାମନଗର ଏଟିଏମ ଲୁଟ୍ କରିଥିଲେ। ଏ ଟି ଏମ୍ ମେସିନରୁ ସମୁଦାୟ ୨୧ଲକ୍ଷ ୭୭ ହଜାର ଟଙ୍କାରୁ ଭାଗ ବଣ୍ଟା କରାଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବିପ୍ରସାଦ ମାଳିଆ ଲୁଟ ଟଙ୍କାରେ ଘର ଡିଜାଇନ୍ ସହ ସୁନା ଚେନ କିଣିଥିଲା । ରାଉରକେଲାରୁ ଅଭିଯୁକ୍ତ ଆକାଶ ମୁଖାର୍ଜୀ ୩ ଲକ୍ଷ , ଅନ୍ୟ ଦୁଇ ଜଣ ଫେରାର କଲିକତାର ଅଭିଯୁକ୍ତ ୧୦ ଲକ୍ଷ ନେଇଥିଲେ । ଅନ୍ୟ ମାନେ ଏହାକୁ ଭାଗ କରି ନେଇଯାଇଥିଲେ । ଅଭିଯୁକ୍ତ ବିକି ଓରଫ ଦେବପ୍ରସାଦ ମାଲିଆ ଏକ ହତ୍ୟା କେସରେ ଝାରପଡ଼ା ଜେଲରେ ଥିଲା ସେହି ସମୟର ଦୁଇ ଜଣ ପଶ୍ଚିମବଙ୍ଗ ଲୁଟେରାଙ୍କ ସହ ସମ୍ପର୍କ ହୋଇଥିଲା ।