ନୂଆଦିଲ୍ଲୀ,୧/୩ : ଇଫକା ପକ୍ଷରୁ ଦିଲ୍ଲୀର ପ୍ରମୁଖ ବିକାନେର ଆର୍ଟ ଗ୍ୟାଲେରୀରେ ମହାଗୋପନରେ ମହାବାହୁ ଶିର୍ଷକ ଚିତ୍ର କଳା ପ୍ରଦର୍ଶନୀରେ ଭାଗ ନେଇ ଓଡ଼ିଶାର ସମକାଳୀନ ଚିତ୍ର ଶିଳ୍ପୀମାନେ ସେମାନଙ୍କର ଉତ୍କର୍ଷତା ପ୍ରତିପାଦିତ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଲିୟୁଟେନାଣ୍ଟ ଗଭରନର୍ ବିନୟ କୁମାର ସକ୍ସେନା ପ୍ରଦର୍ଶନୀ ଟିକୁ ଉଦଘାଟନ କରିଥିଲେ । ଯାହା ଚଳିତ ମାସ ୪ ତାରିଖ ଯାଏ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।
ଅତୀତରେ ଶ୍ରୀମନ୍ଦିରରେ ବାହ୍ୟ ଶତୃମାନଙ୍କର ଆକ୍ରମଣ ଫଳରେ ଶ୍ରୀଜୀଉମାନଙ୍କୁ ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ଧରି ପାତାଳୀ କରିବାକୁ ପଡ଼ିଥିଲା ଓ ମହାପ୍ରଭୁଙ୍କର ସେ ସମୟର ଲୀଳା ଖେଳା,ମହିମା ବିମଣ୍ଡିତ ଇତିହାସ ର ବିଷୟ ବସ୍ତୁ କୁ ନେଇ ଚିତ୍ର ଶିଳ୍ପୀମାନେ ଭିନ୍ନ ଭିନ୍ନ କଳାକୃତି ମାନ ଅଙ୍କନ କରିଛନ୍ତି। ପ୍ରାୟ ୨୦ ଜଣ ଚିତ୍ର ଶିଳ୍ପୀମାନେ ଏଥିରେ ସାମିଲ ହୋଇଛନ୍ତି।
ଦୁଇ ଦିନ ମଧ୍ୟରେ ଶହ ଶହ ବୁଦ୍ଧିଜୀବୀ,କଳାକାର, ଜଗନ୍ନାଥ ସଂସ୍କୃତି ପ୍ରେମୀ , କଳା ପ୍ରେମୀ ଜନସାଧାରଣ ଏଠାରେ ଉପସ୍ଥିତ ହୋଇ କଳାକୃତି ଗୁଡିକର ଉଚ୍ଚ ପ୍ରଶଂସା କରିଛନ୍ତି।ପ୍ରକାଶଥାଉକି ଚିତ୍ର ଶିଳ୍ପୀମାନେ ମହାପ୍ରଭୁଙ୍କ ପାତାଳୀ ହୋଇଥିବା ପ୍ରସିଦ୍ଧ ପୀଠରେ ଉପସ୍ଥିତ ହୋଇ ବିଭିନ୍ନ ଚିତ୍ର କଳା ଗୁଡ଼ିକ ପ୍ରସ୍ତୁତ କରିଆସୁଛନ୍ତି।