ପ୍ରମୂଖ ଖବର
  • ଲାଣ୍ଡିଗୁଡା ନିକଟରେ ମାଲ୍ ବୋଝେଇ ଟ୍ରକ- କାର୍ ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୨ ଗୁରୁତର
  • ||
  • ଶେଷ ଲିଗ୍ ମ୍ୟାଚ୍‌ରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ
  • ||
  • ସୁନ୍ଦରଗଡ଼ରେ ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୨ ଅଟକ
  • ||
  • ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ୍‌ କିସ୍ତି
  • ||
  • ଯାଜପୁର : ଦୋକାନରୁ ଘରକୁ ଫେରିବାବେଳେ ଲୁଟ୍‌, ବନ୍ଧୁକ ଦେଖାଇ ସୁନା ଭର୍ତ୍ତି ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ
  • ||
  • ଆଠଗଡ଼ : କୂଅ ଭିତରୁ ହାତୀର ଗଳିତ ମୃତଦେହ ଉଦ୍ଧାର, ବନ ବିଭାଗର ତଦନ୍ତ ଆରମ୍ଭ
  • ||
  • ବାଲେଶ୍ୱର : ବେଆଇନ ବାଲି ଚାଲାଣ ବେଳେ ଚଢାଉ, ୨୨ ଟ୍ରକ୍‌ ଜବତ
  • ||
  • ମୁସଲ୍‌ମାନ୍‌ ଧର୍ମାବଲମ୍ବୀଙ୍କ ପବିତ୍ର ରମ୍‌ଜାନ୍‌ ମାସ ଆରମ୍ଭ, ପ୍ରଥମ ରୋଜା ରଖିଲେ ଶ୍ରଦ୍ଧାଳୁ
  • ||
  • କଟକ : ଛାତ୍ର ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ, ୨ ଆହତ
  • ||
  • କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଞ୍ଚଳିକ କୃଷି ଯନ୍ତ୍ରପାତି କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • କାମାକ୍ଷାନଗର : ଶୌଚପାଇଁ ଯିବାବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ହେଲାନି ହାଣ୍ଡିଭଙ୍ଗା ଯାତ୍ରା, ପ୍ରଶାସନିକ ସ୍ଥାଣୁତାରୁ ୧୧ ବର୍ଷ ହେଲା ୩ ପରମ୍ପରା ବନ୍ଦ
  • ||
  • ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି, ଟିଟିଲାଗଡ଼ ପାଲଟିଲା ତତଲାଗଡ଼, ସର୍ବାଧିକ ୩୮ ଡିଗ୍ରୀ ଛୁଇଁଲା ପାରଦ
  • ||

ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Published By : Prameya | March 1, 2025 8:09 PM

ଭୁବନେଶ୍ବର, ୧/୩ :  ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ । ତାଙ୍କ ଗସ୍ତ ସମୟରେ ସର୍କିଟ ହାଉସରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବାବେଳେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି । ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବିଭାଗୀୟ ସମୀକ୍ଷା କରିଛନ୍ତି । ରାଜସ୍ବ ବିଭାଗର କାର୍ଯ୍ୟକାରିତା ଓ ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ । 

ସାଧାରଣ ଲୋକ କିଭଳି ହଇରାଣ ହରକତ ନ ହେବେ ସେ ନେଇ ଅଧିକାରୀମାନେ ଦୃଷ୍ଟି ଦେବା ସହ ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଲୋକଙ୍କୁ ହଇରାଣ କରୁଛନ୍ତି ତା’ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ବିଶେଷ କରି ହାଇଟେକ୍ ସର୍ଭେର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏବଂ ଶିକ୍ଷାନୁଷ୍ଠାନ ସବୁକୁ ସରକାରୀ ଜମି ଯୋଗାଇ ଦିଆଯିବାକୁ ଗୁରୁତର ସହ ନେବାକୁ ଅଧିକାରୀମାନଙ୍କୁ କହିଛନ୍ତି । 

ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ଦୁଇ ମାସ ସମୟ ଦେଇଥିବାବେଳେ ଦୁଇ ମାସ ପରେ ପୁଣି ସମୀକ୍ଷା କରିବାକୁ ଆସିବି ବୋଲି କହିଛନ୍ତି । ଏହି ସମୀକ୍ଷା ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ, ବୀରମହାରାଜପୁର ବିଧାୟକ ପ୍ରମୁଖଙ୍କ ସହ ରାଜସ୍ବ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.