କଟକ, ୦୧/୦୩: ଆଇପିଏସ୍‌  ସ୍ତରରେ ହୋଇଥିବା ଅଦଳବଦଳରେ  କଟକ ଡିସିପିଙ୍କର ବଦଳି ହୋଇଛି ।  କଟକରେ ଡିସିପି ଥିବା ଜଗମୋହନ  ମୀନାଙ୍କୁ ଭୁବନେଶ୍ୱର ବଦଳି କରାଯାଇଛି ।  ତାଙ୍କ ସ୍ଥାନରେ କଟକର ନୂଆ ଡିସିପି  ଭାବେ ଖିଲାରି ରିଷିକେଶ ଦ୍ୟାନ୍‌ଦେଓଙ୍କୁ  ନିଯୁକ୍ତି ମିଳିଛି ।

ଖିଲାରି ରିଷିକେଶ  ମେ’ ମାସ ୨୦୨୩ରୁ ସେ ବଲାଙ୍ଗୀର  ଏସ୍‌ପି ଭାବେ କାମ କରୁଛନ୍ତି । ଏହା  ପୂର୍ବରୁ ସେ ମାଓସେ ୨୦୧୬ ବ୍ୟାଚ୍‌ର  ଆଇପିଏସ୍‌ ଅଫିସର । ୨୩ ଫେବ୍ରୁଆରୀ  ୧୯୯୦ ମସିହାରେ ମହାରାଷ୍ଟ୍ରରେ ଜନ୍ମ ।  ସେ ଏବେ ଜୁନିଅର ଆଡ୍‌ମିନ୍‌ିଷ୍ଟ୍ରେଟିଭ୍‌  ଗ୍ରେଡ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌  ଭାବେ କାମ କରୁଛନ୍ତି । ସେ ତାଙ୍କ  ପ୍ରାଥମିକ ପ୍ରତିକ୍ରିୟାରେ କହିଛନ୍ତି,  କଟକ ସହର ଗୋଟିଏ ଗୁରୁତ୍ୱପୂର୍ଣ୍ଣ  ଅଞ୍ଚଳ । ଏଠାକାର ଡିସିପି ଭାବେ ଦାୟିତ୍ୱ  ମିଳିଛି । ଖୁବ୍‌ଶୀଘ୍ର କଟକ ଆସି ଚାର୍ଜ  ନେବି । ତେବେ ଆଇନଶୃଙ୍ଖଳା, ମହିଳାଙ୍କ  ସୁରକ୍ଷା ଓ ସାଇବର ଅପରାଧ ଦିଗରେ  କାମ କରିବା ପ୍ରାଥମିକତା ହେବ ବୋଲି  ଖିଲାରି ରିଷିକେଶ ସୂଚନା ଦେଇଛନ୍ତି ।