ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ମାର୍ଚ୍ଚ ୨୨ ଯାଏ ସିୟୁଇଟି ୟୁଜି ଆବେଦନ, ମେ ୮ରୁ ଜୁନ୍‌ ୧ ତାରିଖ ମଧ୍ୟରେ ପରୀକ୍ଷା

Published By : Prameya | March 2, 2025 10:04 AM

ଭୁବନେଶ୍ୱର, ୦୨/୦୩: ସ୍ନାତକ  ନାମଲେଖା ପାଇଁ ଶନିବାରଠୁ ଆରମ୍ଭ ହୋଇଛି  ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା  (ସିୟୁଇଟି) ୟୁଜି ଆବେଦନ । ମାର୍ଚ୍ଚ ୨୨  ତାରିଖ ଯାଏ ଆବେଦନ ସୁଯୋଗ ମିଳିବ । ୨୩ ତାରିଖ ମଧ୍ୟରେ ଆବେଦନକାରୀ  ନିଜର ଫର୍ମ ଫି ଦାଖଲ କରିପାରିବେ । ମାର୍ଚ୍ଚ ୨୪ରୁ ୨୬ ତାରିଖ ମଧ୍ୟରେ ଫର୍ମ  ସଂଶୋଧନର ସୁଯୋଗ ମିଳିବ । ମେ ୮ରୁ  ଜୁନ୍‌ ୧ ତାରିଖ ମଧ୍ୟରେ ପରୀକ୍ଷା ହେବ ।  ସିୟୁଇଟି ୟୁଜି ନାମଲେଖା ଆବେଦନ  ପାଇଁ ସାଧାରଣ ବର୍ଗର ଶିକ୍ଷାର୍ଥୀ ୧୦୦୦ ଟଙ୍କା ଫର୍ମ ଫି ଦେବ । ଏଥିରେ ସର୍ବାଧିକ ୩ଟି ବିଷୟ ପାଇଁ ଆବେଦନ କରିପାରିବ ।  ଯଦି ଏବାଦ୍‌ ଅନ୍ୟ ବିଷୟ ପାଇଁ ଫର୍ମ  ପୂରଣ କରନ୍ତି ତେବେ ପ୍ରତି ବିଷୟ ପାଇଁ  ଆଉ ୪୦୦ ଟଙ୍କା ଅତିରିକ୍ତ । 

ସେହିପରି  ଓବିସି ଓ ଇଡବ୍ଲୁଏସ୍‌ ଆବେଦନକାରୀଙ୍କ  ପାଇଁ ୯୦୦ ଟଙ୍କା ରହିଛି । ଅତିରିକ୍ତ ବିଷୟ  ପାଇଁ ୩୭୫ ଟଙ୍କା ରହିଛି । ଏସ୍‌ସି, ଏସ୍‌ଟି,  ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗି ବର୍ଗର ଶିକ୍ଷାର୍ଥୀଙ୍କ  ପାଇଁ ୮୦୦ ଟଙ୍କା ରହିଛି । ୩ଟି ବିଷୟ  ବାଦ୍‌ ଅତିରିକ୍ତ ବିଷୟ ପାଇଁ ଆଉ ୩୫୦ ଟଙ୍କା ଦେବାକୁ ପଡ଼ିବ । ୩୭ଟି ବିଷୟରେ  ପରୀକ୍ଷା ହେବ । ଏଥିରୁ ୧୩ ଭାଷା ଓ ୨୩ଟି  ସ୍ୱତନ୍ତ୍ର ବିଷୟ ଓ ଗୋଟିଏ ଟି ଜେନେରାଲ୍‌ ଆପ୍ଟିଚ୍ୟୁଟ୍‌ ଟେଷ୍ଟ ହେବ । ପରୀକ୍ଷାରେ ଠିକ୍‌  ଉତ୍ତର ଦେଲେ ୫ ମାର୍କ ମିଳିବ । ଭୁଲ୍‌  ଥିଲେ ୧ ମାର୍କ ମାଇନସ୍‌ ହେବ । ପ୍ରତ୍ୟେକ ପେପରରେ ୫୦ଟି ପ୍ରଶ୍ନ ଆସିବ । ପ୍ରତ୍ୟେକ  ପେପରର ସମୟ ୧ ଘଣ୍ଟା ରହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.