ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ମଶା ତେଲରେ ଉଡ଼ିଲା କୋଟିଏ,ମଶା ମରିବା ପରିବର୍ତ୍ତେ ସାନ୍ଦ୍ରତା ବଢ଼ିଲା

Published By : Prameya | March 2, 2025 9:57 AM

ଭୁବନେଶ୍ୱର, ୦୨/୦୩: ମଶା ମାରିବାକୁ କୋଟିଏ ଟଙ୍କା ଉଡ଼ାଇଲେ । ଖୋଜି ଖୋଜି ମଶା ବସାରେ ତେଲ ପକାଇଲେ । ହେଲେ ମଶାଙ୍କ ସାନ୍ଦ୍ରତା କମିବା ପରିବର୍ତ୍ତେ ଏବେ ବଢ଼ିଲାଣି । ମଶା କାମୁଡ଼ାରେ ଲୋକେ କଲବଲ ହେଲେଣି । ମଶା ତେଲ କିଣିବା ଟଙ୍କା ପାଣିରେ ପଡ଼ିଲା

ରାଜଧାନୀରେ ମଶା ନିପାତ ପାଇଁ  ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ  ଅଧିକ ମୂଲ୍ୟର ମଶାତେଲ  କିଣାଗଲାଣି । ମିଳିଥିବା ସୂଚନା ଅନୁଯାୟୀ କେବଳ ମଶାତେଲ  ବାବଦରେ ଭୁବନେଶ୍ୱର  ମହାନଗର ନିଗମ ଏବଂ ସ୍ୱାସ୍ଥ୍ୟ  ବିଭାଗ ୨୦୨୪ ବର୍ଷରେ ୧  କୋଟି ୧୬ଲକ୍ଷ ୮୮ ହଜାର ୧୨୬ ଟଙ୍କା ଖର୍ଚ୍ଚ  କରିଛି । ଏହା ସମଗ୍ର ରାଜ୍ୟରେ ଥିବା ପୌରାଞ୍ଚଳ  ମଧ୍ୟରେ ସର୍ବାଧିକ । ସହରରେ ଏବେ ବିଭିନ୍ନ  ସ୍ଥାନରେ ମଶାଙ୍କ ସାନ୍ଦ୍ରତା ଢେର ଅଧିକ ରହୁଛି  ା ଗ୍ରୀଷ୍ମ ଲହରି ଆରମ୍ଭ ହୋଇଥିଲେ ମଧ୍ୟ  ସନ୍ଧ୍ୟାରେ ଖୋଲା ସ୍ଥାନରେ ଛିଡ଼ାହେବା କଷ୍ଟକର ହୋଇପଡୁଛି । ବିଏମ୍‌ସିର ୬୭ଟି ୱାର୍ଡରେ  ମଶାତେଲ ସିଞ୍ଚନ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳ  ନଥିବା ଓ ମଶାଧୂଆଁ ଛାଡ଼ିବା ପାଇଁ ଆବଶ୍ୟକ  ଯନ୍ତ୍ରପାତି ନଥିବାବେଳେ କୋଟିଏ ଟଙ୍କାରୁ  ଅଧିକ ମୂଲ୍ୟର ମଶାତେଲ ବର୍ଷକ ମଧ୍ୟରେ  କିଭଳି ବ୍ୟବହାର ହେଲା ତାହା ସାଧାରଣରେ  ପ୍ରଶ୍ନବାଚୀ ସୃଷ୍ଟି କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.