ଭୁବନେଶ୍ଵର, ୦୧/୦୩ : ମାଟ୍ରିକ୍ ପରୀକ୍ଷାରେ ବଡ଼ ବିଭ୍ରାଟ। ବିଜ୍ଞାନ B ସେଟ୍ରେ ୪ ମାର୍କ କମ୍ ଥିବା ଅଭିଯୋଗ। ସେହିପରି ବିଜ୍ଞାନ C ସେଟ୍ରେ କିଛି ତ୍ରୁଟି ଥିବା ସ୍ଵୀକାର କଲା ବୋର୍ଡ। ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଂ ବୋର୍ଡ। ଅପର ପକ୍ଷରେ ଆଉ କିଛି ସ୍ଥାନରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ପ୍ରଶ୍ନପତ୍ର ଭାଇରାଲ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖାରଜ କରିଛନ୍ତି। ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
ଏନେଇ ବୋର୍ଡ ସଭାପତି କହିଛନ୍ତି ଯେ, କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍ ସବଜେକଟିଭ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ୍ ପ୍ରିଣ୍ଟ ରହିଛି। ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ। ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ।
ସୂଚନା ଥାଉକି, ଗୁରୁବାର କଟକ ବଡମ୍ବା ବ୍ଲକ୍ ଖୁଣ୍ଟକଟା ନୋଡାଲ ହାଇସ୍କୁଲରେ ଗଣିତ ପରୀକ୍ଷା ଚାଲିଥିବା ବେଳେ ଅଭିଭାବକମାନେ କପି ବାଣ୍ଟିବା ଦୃଶ୍ୟ ଭାଇରାଲ୍ ହୋଇଥିଲା। ଶହ ଶହ ଅଭିଭାକ ସ୍କୁଲ ହତା ଭିତରକୁ ପଶି ଆସି ପିଲାମାନଙ୍କୁ କପି ଯୋଗାଇଥିଲେ। ପରୀକ୍ଷା ସେଣ୍ଟରରେ ନିୟୋଜିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବି ସେଣ୍ଟର ଛାଡ଼ି ଚାଲି ଯାଇଥିଲେ। ଯାହାକୁ ନେଇ ଖୁଣ୍ଟକଟା ଅଞ୍ଚଳର ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହି ଖବରଟିକୁ ପଢନ୍ତୁ-ସ୍କୁଲ ଭିତରକୁ ପଶି ଆସିଲେ ଶହ ଶହ ଅଭିଭାବକ, କାନ୍ଥ ବାଡ଼ ଚଢି ପିଲାଙ୍କୁ ବାଣ୍ଟିଲେ କପି