ନୂଆଦିଲ୍ଲୀ,୦୧/୦୩: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା । ଗ୍ୟାସ୍ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ । ବଢିଲା ଗ୍ୟାସ୍ ସିଲିଣ୍ଡର ଦର । ୧୯କେଜି ଗ୍ୟାସ୍ ସିଲିଣ୍ଡର ଦର ବଢିଛି । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୯୭ରୁ ବଢି ୧୮୦୩ ଟଙ୍କା ହୋଇଛି । ୬ ଟଙ୍କା ବୃଦ୍ଧି ହୋଇଛି ଦର । ମାସ ଆରମ୍ଭରୁ ତୈଳ କମ୍ପାନୀ ଦ୍ବାରା ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ତେବେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।
ବଜେଟ୍ ପରେ ବଢିଲା ଦର- ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ବଜେଟ ଦିନ ଅର୍ଥାତ ଫେବୃଆରୀ ୧ରେ ୭ ଟଙ୍କା କମିଥିଲା । ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଥିଲା । ମାତ୍ର ମାର୍ଚ୍ଚ ପହିଲାରୁ ଏହା ୬ ଟଙ୍କା ବୃଦ୍ଧି ହୋଇଛି । ନୂଆ ଦର ଅନୁସାରେ ସିଲିଣ୍ଡର ଦର ୧୭୯୭ରୁ ୧୮୦୩ରେ ପହଞ୍ଚିଛି । କୋଲକାତାରେ ଏହାର ଦର ୧୯୦୭ ଟଙ୍କା ଜାଗାରେ ୧୯୧୩ ଟଙ୍କା ହୋଇଛି ।
ଅଧିକ ପଢନ୍ତୁ...ଗ୍ରାହକଙ୍କୁ ଆଶ୍ବସ୍ତି, ବଜେଟ୍ ପୂର୍ବରୁ ଶସ୍ତା ହେଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?
୫ ବର୍ଷରେ ସବୁଠୁ କମ୍ ବୃଦ୍ଧି- ଗତ ୫ ବର୍ଷରେ ମାର୍ଚ୍ଚ ମାସରେ କମର୍ସିଆଲ ସିଲିଣ୍ଡର ଦର ପ୍ରାୟ ଅଧିକ ଟଙ୍କା ବଢିଥାଏ । ଗତ ବର୍ଷ ୨୬ ଟଙ୍କା ବଢିଥିଲ । ମାତ୍ର ଏଥର ୬ ଟଙ୍କା ବୃଦ୍ଧି ହୋଇଛି । ଗତ ୫ ବର୍ଷ ତୁଳନାରେ ଏହା ସବୁଠୁ କମ୍ ବୋଲି କୁହାଯାଉଛି ।
ଘରୋଇ ସିଲିଣ୍ଡର ରେଟ୍- ତୈଳ କମ୍ପାନୀ ଦ୍ବାରା ଘରୋଇ ଗ୍ୟାସ୍ ସିଲିଣ୍ଡର ବା ୧୪କେଜି ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ୨୦୨୪ ଅଗଷ୍ଟ ୧ରେ ଲଗାତାର ରେଟ୍ ସ୍ଥିର ରହିଛି । ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୮୦୩ ଟଙ୍କା, ମୁମ୍ବାଇରେ ୮୦୨. ୫୦ ଟଙ୍କା ଏବଂ କୋଲକାତାରେ ୮୨୯ଟଙ୍କା ରହିଛି ।
ଗତ ଫେବୃଆରୀରେ ବଜେଟ୍ ଦିନ ତୈଳ ମାର୍କେଟିଂ କମ୍ପାନୀ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ୭ ଟଙ୍କା କମ୍ କରିଥିଲା । ଯାହାକି ବର୍ଷର ଲଗାତାର ଦ୍ବିତୀୟ ଥର ପାଇଁ ଗ୍ୟାସ୍ ଦର କମିଥିଲା । ଗତ ଜାନୁଆରୀ ପହିଲାରେ କମର୍ସିଆଲ ଗ୍ୟାସ ଦର ୧୪.୫୦ ଟଙ୍କା କମିଥିଲା । ପ୍ରତିମାସର ଉଭୟ କମର୍ସିଆଲ ଓ ଘରୋଇ ସିଲିଣ୍ଡର ଗ୍ୟାସ୍ ଦର ପରିବର୍ତ୍ତନ ହୋଇଥାଏ ।