ପ୍ରମୂଖ ଖବର
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ହ୍ବାଇଟ୍ ହାଉସରେ ହାଇଡ୍ରାମା; ଟ୍ରମ୍ପ-ଜେଲେନ୍‌ସ୍କି କଥା କଟାକଟି

Published By : Ankita S | March 1, 2025 7:41 AM

ୱାଶିଂଟନ,୦୧/୦୩: ହ୍ବାଇଟ୍ ହାଉସରେ ହାଇଡ୍ରାମା । ଓଭାଲ ଅଫିସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜେଲେନ୍‌ସ୍କି ମୁହାଁମୁହିଁ ହୋଇଛନ୍ତି । ୟୁକ୍ରେନ-ଋଷ ଯୁଦ୍ଧକୁ ନେଇ ହ୍ବାଇଟ୍ ହାଉସରେ ଦୁଇ ବିଶ୍ବନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ୪୫ ମିନିଟ୍ ପ୍ରେସ୍ କନଫରେନ୍ସରେ ବିଗିଡିଗଲା କଥା । ଯୁଦ୍ଧ ବିରାମ ଲାଗି ସହମତି ହେବାକୁ ଜେଲେନ୍‌ସ୍କିଙ୍କୁ ଚରମବାଣୀ ଶୁଣାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ବିରୋଧ କରି ଆଗୁଆ ଆକ୍ରମଣ କରିବା ସହ ଯୁଦ୍ଧ ବିରାମ ଚୁକ୍ତି ଭାଙ୍ଗିଛି ଋଷ କହିଲେ ଜେଲେନ୍‌ସ୍କି ।

ଋଷ ସହ ଶାନ୍ତି ବୁଝାମଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ହ୍ୱାଇଟ୍‌ ହାଉସ୍‌ର ଓଭାଲ ଅଫିସରେ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଛି । ଋଷ ସହ ସାଲିସ କରିବାକୁ ଟ୍ରମ୍ପ କହିଥିବା ବେଳେ ତାକୁ ରୋକଠୋକ୍‌ ମନା କରିଦେଇଥିଲେ ଜେଲେନ୍‌ସ୍କି । ଯୁକ୍ତିତର୍କ ଏଭଳି ସ୍ତରରେ ପହଞ୍ଚିଥିଲା କି ସେଠାରେ ଉପସ୍ଥିତ ଉପରାଷ୍ଟ୍ରପତି ଜେ.ଡି ଭାନ୍ସଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଯୁଦ୍ଧ ବିରାମ ଲାଗି ସହମତି ହେବାକୁ ଜେଲେନ୍‌ସ୍କିଙ୍କୁ ଚରମବାଣୀ ଶୁଣାଇ ଟ୍ରମ୍ପ କହିଥିଲେ, ଯୁଦ୍ଧରେ ବ୍ରେକ୍ ନ ଲାଗିଲେ ଏହା ତୃତୀୟ ବିଶ୍ବଯୁଦ୍ଧ ଆଡକୁ ମୁହାଁଇବ । ଟ୍ରମ୍ପଙ୍କ କଥାକୁ କଡା ବିରୋଧ କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏହାପରେ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଥିଲା । ଏମିତିକି ହ୍ବାଇଟ୍ ହାଉସରୁ ଜେଲେନ୍‌ସ୍କି ବାହାରିବା ପରେ ତାଙ୍କୁ ବଳେଇ ଦେବାକୁ ବି ଆସି ନଥିଲେ ଡୋନାଲ୍ଡ ଟ୍ରମ୍ପ ।

ବୈଠକରେ ଟ୍ରମ୍ପ, ''କହିଥିଲେ ରୁଷ ସହ ଶାନ୍ତି ବୁଝାମଣା କରିବାକୁ ହେଲେ ୟୁକ୍ରେନକୁ ସାଲିସ କରିବାକୁ ପଡିବ । ଯୁଦ୍ଧ ଭୁଲ ବାଟରେ ଯାଉଛି । ଯୁଦ୍ଧବିରତି ପ୍ରସଙ୍ଗରେ ରୁଷ ସହ ଆମର ଭଲ ଆଲୋଚନା ହୋଇଛି । ଆମେରିକାର ଶାସନ ମୁଖ୍ୟ ଭାବେ ତାଙ୍କ ଦାୟିତ୍ୱ ହେଉଛି ଶାନ୍ତିର ମାର୍ଗ ଅନୁସରଣ କରିବା । ଏହି ଯୁଦ୍ଧରେ ଆମେରିକା ସାମିଲ ହେବାର ନଥିଲା । ଏହା ଆମର ଭୁଲ ନିଷ୍ପତ୍ତି ଥିଲା । ଆପଣ ଯଦି ରୁଷ ସହ ଶାନ୍ତି ବୁଝାମଣା ନ କରିବ ତେବେ ଆମେ ଏଥିରୁ ଓହରିଯିବୁ । ଆପଣ ଏକା ଯୁଦ୍ଧ ଲଢ଼ିବେ ।''

ଅଧିକ ପଢନ୍ତୁ...୨୫୦ ବର୍ଷ ପରେ ଆମେରିକାକୁ ମିଳିବ ଅଫିସିଆଲି ଭାଷା , ଏକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି ଟ୍ରମ୍ପ

ଋଷ ସହ ସାଲିସ କରିବାକୁ ଟ୍ରମ୍ପଙ୍କର ପ୍ରସ୍ତାବକୁ ଜେଲେନ୍‌ସ୍କି ତୀବ୍ର ବିରୋଧ କରିଥିଲେ । କହିଥିଲେ, ହତ୍ୟାକାରୀ ପୁଟିନଙ୍କ ସହ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ । ଆମକୁ ଯୁଦ୍ଧବିରତିର ଆବଶ୍ୟକତା ନାହିଁ । ପୂର୍ବରୁ ଆମେ ଯୁଦ୍ଧବିରତି କରିଥିଲୁ । ପୁଟିନ ୨୫ଥର ତାର ଉଲ୍ଲଂଘନ କରିଥିଲେ । ଆପଣଙ୍କ ପ୍ରଥମ ପାଳିରେ ମଧ୍ୟ ଏଭଳି ଘଟିଥିଲା ।''

ଉଭୟ ପକ୍ଷ ମଧ୍ୟରେ ବାକଯୁଦ୍ଧ ପରେ ଆଲୋଚନା ବିଫଳ ହୋଇଥିଲା । ଶେଷରେ ଜେଲେନ୍‌ସ୍କି ହ୍ୱାଇଟ୍‌ ହାଉସ ଛାଡି ଚାଲିଯାଇଥିଲେ । ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ହେବାକୁ ଥିବା ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ବାତିଲ ହୋଇଯାଇଥିଲା । ପରେ ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଶାନ୍ତି ପାଇଁ ଜେଲେନ୍‌ସ୍କି ରାଜି ନୁହନ୍ତି । ଯେବେ ରାଜି ହେବେ ସେବେ ଆସିବେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.