ପ୍ରମୂଖ ଖବର
  • ଛତିଶଗଡ଼ରେ ଏନ୍‌କାଉଣ୍ଟରରେ ଟଳିଲେ ୨ ମାଓବାଦୀ, ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ୍‌
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହି ବସ୍; ୪ ମୃତ, ୨୦ ଆହତ
  • ||
  • ମାଟ୍ରିକ ପରୀକ୍ଷାରେ ବିଭ୍ରାଟ.. ବିଜ୍ଞାନ B ଏବଂ C ସେଟ୍ ପ୍ରଶ୍ନପତ୍ରରେ ୪ ମାର୍କ କମ୍‌ ,ତ୍ରୁଟିକୁ ସ୍ବୀକାର କଲେ ବୋର୍ଡ
  • ||
  • ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଭୁବନେଶ୍ୱର : ସହଦେବ ନାଏକ ହତ୍ୟା ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ଯାଜପୁର : ଶିବ ମନ୍ଦିରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ପହିଲାରୁ ଗ୍ୟାସ ଉପଭୋକ୍ତାଙ୍କୁ ମହଙ୍ଗା ମାଡ, ବଢିଲା କମର୍ସିଆଲ୍ ଗ୍ୟାସ୍ ଦର
  • ||
  • ଚମୋଲି ଭୟଙ୍କର ହିମସ୍ଖଳନ ଘଟଣା: ବରଫ ତଳୁ ଆଉ ୧୪ ଶ୍ରମିକ ଉଦ୍ଧାର,ଏବେ ବି ୮ ଜଣଙ୍କୁ ରେସ୍କ୍ୟୁ ପାଇଁ ଚାଲିଛି ଉଦ୍ୟମ
  • ||
  • ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ ପୁଅ ଝିଅଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ନବ ଦାସ ହତ୍ୟା ମାମଲା: ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍‌
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଦକ୍ଷିଣ ଆଫ୍ରିକା - ଇଂଲଣ୍ଡ ଟକ୍କର, ସମ୍ମାନ ବଞ୍ଚାଇବାକୁ ଲଢ଼ିବ ବଟଲର ବାହିନୀ
  • ||
  • ଆତ୍ମସମର୍ପଣ କଲେ ୭ ହାର୍ଡକୋର୍ ମାଓବାଦୀ, ମୁଣ୍ଡ ଉପରେ ଥିଲା ୩୨ ଲକ୍ଷ ଟଙ୍କାର ପୁରସ୍କାର
  • ||
  • ସୁମା ରିୟଲ ମିଡିଆର ‘ୱାଓ’-୨୦୨୫’, ସମ୍ମାନିତ ହେବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଥିବା ମହିଳା
  • ||
  • ଶନିବାର ଉଦଳା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ପ୍ୟାକେଜ ଘୋଷଣା କରିବେ
  • ||
  • ଭୁବନେଶ୍ୱର : ଡିଭାଇଡର୍‌କୁ ପିଟି ଢାବାରେ ପଶିଗଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

ମୁମ୍ବାଇ- ଝାରସୁଗୁଡ଼ା ବିମାନ ସେବା ଆରମ୍ଭ, ପ୍ରଥମ ଦିନରେ ଶିଳ୍ପନଗରୀରେ ପହଞ୍ଚିଲେ ୯୦ ଯାତ୍ରୀ

Published By : Prameya | March 1, 2025 2:15 PM

ଝାରସୁଗୁଡ଼ା, ୦୧/୦୩ : ଦୀର୍ଘ ପ୍ରୀତକ୍ଷାର ଅନ୍ତ। ଆରମ୍ଭ ହେଲା ମୁମ୍ବାଇ-ଝାରସୁଗୁଡ଼ା ବିମାନ ସେବା। ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇ ସିଧାସଳଖ ଉଡିଲା ବିମାନ। ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟାରେ ଝାରସୁଗୁଡା ପହଁଚିଛି। ଝାରସୁଗୁଡାରୁ ପୁଣି ୨ ଟାରୁ ବାହାରି ଅପରାହ୍ନ ୪ ଟା ୧୫ରେ ମୁମ୍ବାଇ ପହଞ୍ଚିବ ବିମା। ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବା ବେଳେ ୯୦ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ମୁମ୍ବାଇ ଯିବେ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ୨୩୨ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ l  

ଅପରାହ୍ନ ପ୍ରାୟ ୧ଟାରେ  ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ  ବିମାନବନ୍ଦରରେ ଇଣ୍ଡିଗୋ ବିମାନ  ପହଞ୍ଚିବା ପରେ ୱାଟର କେନନ ଦ୍ୱାରା ସ୍ୱାଗତ କରାଯାଇଥିଲା। ଏଥି ସହିତ ଏୟାରପୋର୍ଟରେ ଯାତ୍ରୀଙ୍କୁ ମଧ୍ୟ ଭବ୍ୟ ସ୍ୱାଗତ  କରାଯାଇଥିଲା।

ପ୍ରକାଶଯୋଗ୍ୟ ଝାରସୁଗୁଡ଼ା  ସହ ଦେଶର ପ୍ରମୁଖ ମେଟ୍ରୋ ସିଟି  ଆକାଶମାର୍ଗରେ ଯୋଡ଼ି ହୋଇଛି ।  ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା  ଜାରି ରହିଛି । ସେହିପରି ଷ୍ଟାର୍‌ ଏୟାର  ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ  ଲକ୍ଷେ୍ନøକୁ ବିମାନସେବା ଆରମ୍ଭ  ହୋଇଛି । ଏଲାୟନ୍ସ ଏୟାର ପକ୍ଷରୁ  ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ  ବିମାନ ସେବା ସପ୍ତାହକୁ ତିନି ଦିନ  ଜାରି ରହିଛି । ଝାରସୁଗୁଡ଼ା-ମୁମ୍ବାଇ  ସେକ୍ଟରରେ ବିମାନ ସପ୍ତାହର ସବୁଦିନ ବିମାନ ଚଳାଚଳ ନେଇ  ଯାତ୍ରୀଙ୍କ ଉତ୍ସୁକତା ବୃଦ୍ଧି ପାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.