ପ୍ରମୂଖ ଖବର
  • ଭୁବନେଶ୍ୱର : ଡିଭାଇଡର୍‌କୁ ପିଟି ଢାବାରେ ପଶିଗଲା ସ୍କୁଟି: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ମାର୍ଚ୍ଚରୁ ମେ’ ଜଳାଇବ ତାତି, ଉତ୍ତର-ପଶ୍ଚିମ ଓଡ଼ିଶାରେ କଲବଲ କରିବ ଖରା
  • ||

୫କେଜିର ଲ୍ୟାଣ୍ଡ ମାଇନ ଉଦ୍ଧାର, ଯବାନଙ୍କ ଦ୍ୱାରା ନିଷ୍କ୍ରିୟ

Published By : Prameya | February 28, 2025 10:28 PM

ମାଲକାନଗିରି, ୨୮/୨ :  ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜି ଥିବା ୫କେଜିର ଲ୍ୟାଣ୍ଡ ମାଇନ ଉଦ୍ଧାର କରାଯାଇ ଯବାନଙ୍କ ଦ୍ୱାରା ନିଷ୍କ୍ରିୟ କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା କୋଣ୍ଡା ଥାନା ଅଞ୍ଚଳ ଅନୁର୍ଗତ କୋଣ୍ଡା-ଗୋଲ୍ଲାପାଲି ରାସ୍ତାର ବନ୍ଦା ଗ୍ରାମ ନିକଟରେ ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ନକ୍ସଲମାନେ ଖଞ୍ଜିଥିବା ୫ କେଜିର ଲ୍ୟାଣ୍ଡ ମାଇନକୁ ଘଟଣାସ୍ଥଳରୁ ଉଦ୍ଧାର କରି ଯବାନଙ୍କ ଦ୍ବାରା ନିଷ୍କ୍ରିୟ କରାଯାଇଛି।  

ସିଆରପିଏଫ ୨୨୮ ବାଟାଲିୟନ ଏବଂ ଜିଲ୍ଲା ପୋଲିସର ଏକ ମିଳିତ ଦଳ ସର୍ଚ୍ଚ ଅପରେସନବେଳେ ଏହି ଲ୍ୟାଣ୍ଡ ମାଇନ ଜବତ ହୋଇଛି । ନେଇ କୋଣ୍ଡା ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁରକ୍ଷା ବାହିନୀର ସତର୍କତା ଏବଂ ତତ୍ପର ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା । ଯବାନଙ୍କ ଦ୍ବାରା ନକ୍ସଲଙ୍କ ମନ୍ଦ ଉଦ୍ଦେଶ୍ୟ ପଣ୍ଡ ହୋଇଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.