ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ବସ ଭିତରୁ ୫୦କେଜି ରୂପା ସହିତ ୪ ଲକ୍ଷ ଟଙ୍କା ଲୁଟ୍‌, ତଦନ୍ତ ଜାରି ରଖିଛି ପୋଲିସ

ଖଲ୍ଲିକୋଟ,୨୭/୦୭: ରୂପା ବ୍ୟବସାୟୀଙ୍କ ଠାରୁ ବସ୍‌ରେ ହେଲା ଲୁଟ୍‌ । ବ୍ୟବସାୟ ସାରି ଫେରୁଥିବା ବେଳେ ୫୦ କେଜି ରୂପା ସହିତ ୪ଲକ୍ଷ ୯୨ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଅଭିଯାଗକାରୀ ଜଣକ ମିଥୁନ ମଣ୍ଡଳ ।

ସୂଚନା ଅନୁଯାୟୀ, କଲିକତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ ଯୋଗେ କଲିକତା ଫେରୁଥିଲେ । ଏହି ସମୟରେ  ଖଲ୍ଲିକୋଟ  ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି  ଯାତ୍ରୀ ମାନେ ଜଳଖିଆ ଖାଇବା ପାଇଁ ଅଟକିଥିଲା । ମିଥୁନ ମଣ୍ଡଳ ବସର ସ୍ଲିପର ସିଟରେ ଏକ ବ୍ୟାଗ୍‌ରେ ୫୦ କେଜି ଓଜନର ରୂପା ଓ ନଗଦ ୪ ଲକ୍ଷ ୯୨ ହଜାର ଟଙ୍କା ରଖି ଚା ପିଇବା ପାଇଁ ବସରୁ ତଳକୁ ଆସିଥିଲେ । ସେହି ସମୟରେ ପୁର୍ବରୁ  ପିଛା କରୁଥିବା ଚାରି ଜଣ ଲୁଟେରା ଏକ କାର ଯୋଗେ ଆସି ବସ ଭିତରୁ ଉକ୍ତ ବ୍ୟାଗ୍ ଟିକୁ ଧରି ଆଖି ପିଛୁଳାକେ ଚମ୍ପଟ ମାରିଥିଲେ । ମିଥୁନ ଚା ପିଆ ସାରି ବସ ଭିତରକୁ ଆସି ତାଙ୍କ ବ୍ୟାଗ୍ ନ ଥିବା ଦେଖି ଭାଙ୍ଗି ପଡିଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଭେଜିପୁଟ ଫାଣ୍ଡିରେ ଏତଲା ଦେଇଥିଲେ ।

ତେବେ ପୋଲିସ ଫାଣ୍ଡି ନିକଟରୁ ଏହି ଚୋରି ହେବା ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏ ସମ୍ପର୍କରେ ଆମ ପ୍ରତିନିଧୀ ମିଥୁନ ମଣ୍ଡଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ । ଲକ୍ଷାଧିକ ଟଙ୍କାର ରୂପା ଓ ନଗଦ ଲକ୍ଷାଧିକ ଟଙ୍କା ହରାଇଥିବା ମିଥୁନ ଦୁଃଖର ସହିତ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। । ବର୍ତ୍ତମାନ ଖଲ୍ଲିକୋଟ ପୋଲିସ ଏ ଘଟଣା ସଂପର୍କ ରେ ଅଧିକ ତଦନ୍ତ ଜାରି ରଖିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.