ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଉତ୍ତର-ପୂର୍ବ କଙ୍ଗୋରେ ବଢୁଛି ହିଂସା, ସଶସ୍ତ୍ର ଗୋଷ୍ଠୀ ଆକ୍ରମଣରେ ୫୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ…

Published By : Prameya | February 11, 2025 7:41 PM

ନୂଆଦିଲ୍ଲୀ: ଉତ୍ତର-ପୂର୍ବ କଙ୍ଗୋରେ ଏକ ସଶସ୍ତ୍ର ଗୋଷ୍ଠୀ ୫୫ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି। ଏହି ଲୋକମାନେ ବିସ୍ଥାପିତ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଟାର୍ଗେଟ କରାଯାଇଥିଲା। ସ୍ଥାନୀୟ କର୍ତ୍ତୃପକ୍ଷ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ସୂଚନାଥାଉକି, କଙ୍ଗୋରେ ଦଶନ୍ଧି ଧରି ସଂଘର୍ଷ ଜାରି ରହିଛି। ପୂର୍ବ ଭାଗରେ ହିଂସା ବୃଦ୍ଧି ପାଇଛି । ଏହି ଅଞ୍ଚଳରେ ୧୨୦ ରୁ ଅଧିକ ସଶସ୍ତ୍ର ଗୋଷ୍ଠୀ ସଂଘର୍ଷରେ ଜଡିତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମୂଲ୍ୟବାନ ଖଣିଜ ପଦାର୍ଥ ପାଇଁ ଜମି ଏବଂ ଖଣି ନିୟନ୍ତ୍ରଣ ପାଇଁ ଲଢ଼ୁଛନ୍ତି, ଯେତେବେଳେ କି କେତେକ ନିଜ ସମ୍ପ୍ରଦାୟକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି।

ସୋମବାର ରାତିରେ ଏକ ସଶସ୍ତ୍ର ଗୋଷ୍ଠୀର ଯୋଦ୍ଧା ମାନେ ଇଟୁରି ପ୍ରଦେଶର ଜାଇବା ଗାଁରେ ଆକ୍ରମଣ କରିଥିଲେ। ଏଠାରେ ବିସ୍ଥାପିତ ଲୋକ ମାନେ ଆଶ୍ରୟ ନେଉଥିଲେ । ଶିବିରର ନେତା ଆସୋସିଏଟେଡ୍ ପ୍ରେସକୁ କହିଛନ୍ତି ଯେ, ଆକ୍ରମଣରେ ୫୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ଅଗ୍ନିକାଣ୍ଡରେ ଅନେକ ଘର ନଷ୍ଟ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ। ମୃତଦେହ ଖୋଜା ଚାଲିଛି।

ଆକ୍ରମଣକାରୀ ମାନେ ହେଉଛନ୍ତି କଙ୍ଗୋର ଲେଣ୍ଡୁ ସମ୍ପ୍ରଦାୟର କୃଷକ ମାନଙ୍କ ସଶସ୍ତ୍ର ଗୋଷ୍ଠୀର ଏକ ଅସ୍ଥାୟୀ ସଂଘ। ଆଫ୍ରିକାନ୍ ଆତଙ୍କବାଦ ଗବେଷଣା କେନ୍ଦ୍ର ରିପୋର୍ଟ କରିଛି ଯେ ୨୦୨୨ ସୁଦ୍ଧା, ଏହି ଗୋଷ୍ଠୀ ଦ୍ୱାରା ଆକ୍ରମଣରେ ପ୍ରାୟ ୧୮ ଶହ  ଲୋକ ପ୍ରାଣ ହରାଇଛନ୍ତି ଏବଂ ୫ ଶହରୁ ଅଧିକ ଆହତ ହୋଇଛନ୍ତି। 

ଆକ୍ରମଣକାରୀ ମାନେ ପ୍ରାୟ ସମଗ୍ର ଗାଁ ଉପରେ ଆକ୍ରମଣ କରିଥିଲେ । ଜାତିସଂଘ ଶାନ୍ତିରକ୍ଷୀ ଏବଂ କଙ୍ଗୋ ସରକାରୀ ସେନା ହସ୍ତକ୍ଷେପ କରିଥିଲେ କିନ୍ତୁ ଆକ୍ରମଣକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ସେମାନଙ୍କୁ ନିୟନ୍ତ୍ରଣ କରିପାରି ନଥିଲେ। 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.