ପ୍ରମୂଖ ଖବର
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ମେହେରୁଣି ନାଳରେ ୫ ଫୁଟର ବନ୍ୟଜଳ ପ୍ରବାହିତ, ସେତୁ ନିର୍ମାଣ ପାଇଁ ସ୍ଥାନୀୟଲୋକଙ୍କ ଦାବି

ବୌଦ୍ଧ,୨୭/୦୭: ଲଗାଣ ବର୍ଷା ଜାରି ରହିଥିବା ଫଳରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳ ହୋଇଛି ଜଳମଗ୍ନ । ଫଳରେ କଣ୍ଟାମାଳ ବ୍ଲକ୍‌ରେ ଲମ୍ବସରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାର ନିକଟରେ ଥିବା ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି ।ଏଥିପାଇଁ  ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ସୂଚନା ଅନୁଯାୟୀ, ଜଳମଗ୍ନ ହୋଇଛି ବୌଦ୍ଧ ଜିଲ୍ଲା । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି । ଫଳରେ ମେହେରୁଣି ନାଳ ଉପରେ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଅପର ପାର୍ଶ୍ବରେ ଥିବା ଦେମୁହାଣୀ, ଧେଣ୍ଡୋକୁଟୀ, ପୋଢମୁଣ୍ଡା ଆଦି ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ନାଳରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ଉକ୍ତ ନାଳ ଦେଇ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି । ସେହିପରି ଗ୍ରାମବାସୀ ମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ନିଜ ଜରୁରୀ କାମ ପାଇଁ ଯାତାୟାତ କରୁଛନ୍ତି । ତେବେ ଏହି ନାଳ ଉପରେ ପ୍ରତ୍ୟେକ ବର୍ଷ ବନ୍ୟା ପାଣି ପ୍ରବାହିତ ହେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସେତୁ ନିର୍ମାଣ ହୋଇନାହିଁ । ଏପରି ସ୍ଥିତିରେ ଉକ୍ତ ନାଳ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.