କଟକ, ୫।୭: କଟକ ସିଡିଏ ସେକ୍ଟର ୬ରେ ଖୋଲିଲା ଟାଇଟନ ଗ୍ରୁପ୍ର ୫ ଟି ଏକ୍ସକ୍ୟୁସିଭ୍ ବିଶାଳ ସୋ ରୁମ୍ । ଗାର୍ମେଣ୍ଟଠାରୁ ଆରମ୍ଭ କରି ଘଣ୍ଟା ସବୁକିଛି ମିଳିବ ଏହି ଗୋଟିଏ ସୋ ରୁମ୍ରେ । ଟାଇଟାନ ଗ୍ରୁପ୍ର ୫ଟି ପ୍ରଡକ୍ଟ ଗ୍ରାହକମାନେ କିଣିପାରିବେ । ଗୁରୁବାର ଦିନ ଟାଇନେରିଆ ଷ୍ଟୋରରେ ଏହି ସୋ ରୁମ୍ଗୁଡ଼ିକୁ ଉଦ୍ଘାଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡ଼ିଶାରେ ପ୍ରଥମ ଥର ଖୋଲିଛି ଟାଇଟନର ଏହି ବିଶାଳ ସୋ ରୁମ୍ । ଆଗକୁ ଓଡ଼ିଶାରେ ଅନ୍ୟ କିଛି ସହରମାନଙ୍କରେ ମଧ୍ୟ ଏହିଭଳି ସୋ ରୁମ୍ ଖୋଲିବା ଲକ୍ଷ୍ୟ ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଟାଇଟନ ଗ୍ରୁପ୍ର ଏମ୍ଡି ସି କେ ଭେଙ୍କଟ ରମଣ ସୂଚନା ଦେଇଛନ୍ତି ।