ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଚାଉଳ ପରିବହନ ଠିକା ପାଇଁ ଲାଞ୍ଚ କାରବାର : ଏଫସିଆଇ ମହାପ୍ରବନ୍ଧକଙ୍କ ସମେତ ୪ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବମନଶ୍ୱର,୨।୭ : କୋଲକତାର ଏକ ଘରୋଇ ଫାର୍ମକୁ ଚଉଳ ପରିବହନ ଠିକା ଦେବା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଭାରତୀୟ ଖାଦ୍ୟ ନିଗମର (ଏଫସିଆଇ)ର ଜଣେ ମହାପ୍ରବନ୍ଧକ ଓ ଆକାଉଣ୍ଟସ ମ୍ୟାନେଜରଙ୍କ ସମେତ ୪ ଜଣଙ୍କୁ  ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏଫସିଆଇ, ଓଡିଶା କ୍ଷେତ୍ର ମହାପ୍ରବଦ୍ଧକ ପ୍ରେମ ସିଂ ଭନୋତ୍‌, ଏଫସିଆଇ ଆକାଉଣ୍ଟସ ମ୍ୟାନେଜର ସଞ୍ଜୟ ଦେ, କୋଲାକତାର ମେର୍ସସ  ଏସପି ଟ୍ରେଡର୍ସ ଏଣ୍ଡ ସପ୍ଲାୟର୍ସ ପ୍ରାଇଭେଟ ଲିମିଟେଡର ମାଲିନା ଦେ ଆଲିଆସ୍‌ ସୌମୀ ଭଟ୍ଟାଚାର୍ଯ୍ୟ  ଏବଂ କୋଲକତାର  ଜଣେ ମଧ୍ୟସ୍ଥ ସୟଦ ହସନେନ ଅହମ୍ମଦ। ଏହି ୪ ଜଣଙ୍କ ସମେତ  କୋଲକତାର  ଆଉ ଜଣେ ମଧ୍ୟସ୍ଥ  ସ୍ୱପନ କୁମାର  ଘୋଷାଲ ଏବଂ କେତେକ  ଅପରିଚିତ ବ୍ୟକ୍ତି ଓ ସଂସ୍ଥା  ବିରୋଧରେ  ସିବିଆଇ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ଠିକା ସଂସ୍ଥା ଚାଉଳ ପରିବହନ ଠିକା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲୋ। ଏଫସିଆଇର ମହାପ୍ରବଦ୍ଧକ ମଧ୍ୟସ୍ଥ ଓ ଆକାଉଣ୍ଟସ ମ୍ୟାନେଜରଙ୍କ ସହାୟତାରେ  ଅନୈତିକ ଉପାୟ ଅବଲମ୍ବନ କରି ସମ୍ପୃକ୍ତ ସଂସ୍ଥାକୁ ପରିବହନ ଠିକା ଦେଇଥିଲେ। ସମ୍ପୃକ୍ତ ସଂସ୍ଥାକୁ କାର୍ଯ୍ୟାଦେଶ  ପ୍ରଦାନ ପାଇଁ ଏଫସିଆଇ ମହାପ୍ରବନ୍ଧକ ୫ ଲକ୍ଷ ଟଙ୍କା  ଲାଞ୍ଚ ଦାବି  କରିଥିଲେ । ତେବେ ୧ ଲକ୍ଷ ଟଙ୍କା  ଲାଞ୍ଚ ପ୍ରଦାନ  ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ସିବିଆଇର ତଦନ୍ତକାରୀ  ଅଧିକାରୀମାନେ  ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରିବା ପରେ  ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ  ସିବିଆଇ ପକ୍ଷରୁ କୋଲକତା, ହାଇଦ୍ରାବାଦ ଓ ଭୁବନେଶ୍ବରରେ  ଚଢାଉ କରାଯାଇ  ୫ ଲକ୍ଷ ନଗଦ ଟଙ୍କା, ଲକର ଚାବି, ମୋବାଇଲ, ଲାପଟପ ଓ ବହୁ ଗୁରୁତ୍ୱପୂର୍ଣ୍ମ କାଗଜପତ୍ର ଜବତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.