ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୁରୁଣା କଟକ ଥାନା ଏସବିଆଇ ATMରୁ ଲୁଟ୍ ଉଦ୍ୟମ ଘଟଣା, ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବୌଦ୍ଧ, ୧୨/୦୭ : ବୌଦ୍ଧ ପୁରୁଣା କଟକ ଥାନା ଟିଲେଶ୍ୱର୍ ଗ୍ରାମର ଏସବିଆଇ ATMରୁ ଲୁଟ ଉଦ୍ୟମ ଘଟଣା। ୩ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୁରୁଣା କଟକ ପୋଲିସ। ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ଫେରାର୍। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର୍ ସହ ଲୁଟ୍‌ରେ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ। 

ସୂଚନାନୁଯାୟୀ, ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅନ୍ତର୍ଗତ ଟିଲେଶ୍ୱର ଗ୍ରାମରେ ଥିବା ଏସବିଆଇ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ହୋଇଥିଲା। ୪ ଜଣ ଲୁଟେରା ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିଲେ। ଏହି ସମୟରେ ଶବ୍ଦ ଶୁଣି କିଛି ଗ୍ରାମବାସୀ ଏଟିଏମ୍ ନିକଟକୁ ଚାଲି ଆସିଥିଲେ। ଫଳରେ ଲୁଟେରାମାନେ ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୋଗ ପାଇ ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିବା ସହ ସିସିଟିଭି ଯାଞ୍ଚ୍ କରିଥିଲା। 

ସିସିଟିଭି ଆଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ୩ ଜଣ ଲୁଟେରାଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି। ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଏବେବି ଫେରାର ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଶେରଗଡ଼ର ରୋସନ୍ ରାଉତ, କଟକ ପୁରୀଘାଟର ସୁରେନ୍ଦ୍ର ସେଠୀ ଓ ଖାନ୍ ନଗରର ଦେବାଶିଷ ପ୍ରଧାନ। ଅଭିଯୁକ୍ତଙ୍କ ଠାରୁ ଏକ ନାନୋ କାର, ୩ଟି ମୋବାଇଲ, କଇଁଚି, ସୁଟକେସ୍, ଏୟାର ବ୍ୟାଗ, କ୍ଲୋରଫର୍ମ, ଆକ୍ସିଜେନ ସିଲିଣ୍ଡର, କଟର, ପ୍ଲାଷ୍ଟିକ ଦୌଡି, ପୋଲିସ ଓ ସିକ୍ୟୁରିଟି ୟୁନିଫର୍ମ, ଆଦି ଜବତ ହୋଇଛି। ଏହି ଲୁଟେରା ଗ୍ୟାଙ୍ଗ୍ ଘର ଲୋକଙ୍କୁ ତେଲେଙ୍ଗାନା କାମ କରିବାକୁ ଯାଉଛୁ କହି ଟିଲେଶ୍ଵର ପହଁଚି ATM ଲୁଟ ଉଦ୍ୟମ କରିଥିବା ଜଣାପଡ଼ିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.