ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସାରା ରାଜ୍ୟରେ ଅଗ୍ନିବର୍ଷା, ୪୧ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ଵର, ୨୫/୦୪ : ସାରା ରାଜ୍ୟରେ ଅଗ୍ନିବର୍ଷା। କଲବଲ କଲା ତାତି। ଦିନ ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଲା ତାପମାତ୍ରା। ଭୁବନେଶ୍ଵରରେ ସର୍ବାଧିକ ୪୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ। ସେହିପରି ବାଲେଶ୍ଵର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ୪୦.୪ ଡିଗ୍ରୀ, ହୀରାକୁଦରେ ୪୦.୨ ଡିଗ୍ରୀ, କେନ୍ଦୁଝରରେ ୩୯.୬ ଡିଗ୍ରୀ, ସମ୍ଵଲପୁରରେ ୩୯ ଡିଗ୍ରୀ, ରାଉରକେଲାରେ ୩୮.୮ ଡିଗ୍ରୀ, ପାରାଦ୍ଵୀପରେ ୩୪.୨ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ ରେକର୍ଡ ହୋଇଛି।  

୨ ଦିନ ପାଇଁ ରେଡ ଓ୍ବାର୍ଣ୍ଣିଂ ଜାରି

ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ କଲବଲ କରୁଛି ତାତି। ମୁଣ୍ଡଫଟା ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ସକାଳୁ ବହୁଛି ଝାଞ୍ଜି ପବନ। ଗୁରୁବାର ସକାଳ ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା। ବାଲେଶ୍ଵର ଓ ଅନୁଗୁଳରେ ରେକର୍ଡ ହୋଇଛି ୩୬ ଡିଗ୍ରୀ। ସେହିପରି ତାଳଚେରରେ ୩୫.୨ ଡିଗ୍ରୀ, ବାରିପଦାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୫ ଡିଗ୍ରୀ, କେନ୍ଦୁଝରରେ ୩୪.୮ ଡିଗ୍ରୀ, କଟକରେ ୩୪.୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୪.୨ ଡିଗ୍ରୀ, ଭୁବନେଶ୍ଵରରେ ୩୩.୮ ଡିଗ୍ରୀ, ଭଦ୍ରକରେ ୩୩.୮ ଡିଗ୍ରୀ, ନୟାଗଡ଼ରେ ୩୩.୬ ଡିଗ୍ରୀ, ଚାନ୍ଦବାଲିରେ ୩୩.୬ ଡିଗ୍ରୀ, ଟିଟଲାଗଡ଼ରେ ୩୩.୪ ଡିଗ୍ରୀ, ହୀରାକୁଦରେ ୩୨.୮ ଡିଗ୍ରୀ, ସମ୍ବଲପୁରରେ ୩୨.୪ ଡିଗ୍ରୀ, ଏବଂ ସୋନପୁରରେ ୩୨.୨ ଡିଗ୍ରୀ ରେକର୍ଡ ହୋଇଛି।  


  • prameyanews
  • PrameyaOdia
  • prameya
  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.