ପ୍ରମୂଖ ଖବର

ବିଦ୍ୟୁତ କାର୍ଯ୍ୟାଳୟରୁ ତାର ଓ ଖୁଣ୍ଟ ଚୋରି : ୩ ଗିରଫ

ବଡ଼ଚଣା ୨୮/୧୧(ଆପ୍ର): ବଡ଼ଚଣା ବିଦ୍ୟୁତ ଉପଖଣ୍ଡରେ ଗଚ୍ଛିତ ଥିବା ତାର ଓ ଖୁଣ୍ଟ  ଚୋରି କରିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋପପୁର ଗ୍ରାମର ଧନେଶ୍ୱର ପ୍ରଧାନ (୨୩) ରଙ୍ଗୀଦାସପୁର ଗ୍ରାମର କଳ୍ପତରୁ ରାଉତ (୨୪) ଓ ଖଇରା ଗ୍ରାମର ଆଲୋକ ମହାରଣା (୩୪) । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ।

 ବଡ଼ଚଣା ବିଦ୍ୟୁତ ଉପଖଣ୍ଡରେ ଗଚ୍ଛିତ ଥିବା ତାର ଓ ଖୁଣ୍ଟ  ଚୋରି ହୋଇଥିବା ନେଇ ଉପଖଣ୍ଡ ଅଧିକାରୀ ଗୋପାଳ କୃଷ୍ଣ ମହାପାତ୍ର ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ । ଥାନାଧିକାରୀ ଶରତଚନ୍ଦ୍ର ପାତ୍ର ଘଟଣାକୁ ଗୁରୁତର ସହ ନେଇ ବଡ଼ଚଣା ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ଏହି ଚୋରି ଅଭିଯୋଗରେ ବଡ଼ଚଣା ପୁଲିସ ଗୋଟିଏ ଟାଟା ଏସି ଓ ଦୁଇ ବଣ୍ଡଲ ତାର ଏବଂ ୪ ଟି ଜି ଆଇ ଖୁଣ୍ଟ  ଜବତ କରିଛି। ଏଥି ସହ  ଗୋପପୁର ଗ୍ରାମର ଧନେଶ୍ୱର ପ୍ରଧାନ (୨୩) ରଙ୍ଗୀଦାସପୁର ଗ୍ରାମର କଳ୍ପତରୁ ରାଉତ (୨୪) ଓ ଖଇରା ଗ୍ରାମର ଆଲୋକ ମହାରଣା (୩୪)ଙ୍କୁ ଗିରଫ କରିଛି। ବଡ଼ଚଣା ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ପ୍ରଦାନ କରିବା ସହିତ ଅଭିଯୁକ୍ତ ମାନଙ୍କ କୋର୍ଟ ଚାଲାଣ କରିଛି ।ଏହି ଚୋରି ରେ ସମ୍ପୃକ୍ତ  ଥାଇ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.