ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗୋ ମାଂସ ଓ ହାଡ଼ ବୋଝେଇ ଟ୍ରକ୍ ଜବତ, ୨ ଅଟକ

କୁଆଖିଆ,୧୪/୦୮: ୧୬ ନମ୍ବର ଜାତୀୟ ରାଜପଥର ଗୋପାଳପୁର ଛକର ପଣ୍ଡା ଭାଇନା ହୋଟେଲ ନିକଟରୁ ଗୋ ମାଂସ ଓ ହାଡ଼ ବୋଝେଇ ଟ୍ରକ ଜବତ । ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାରେ ଟ୍ରକଟିକୁ ଜବତ କରିଛି ପୋଲିସ । ଏହି ଗୋ ମାଂସ ଓ ହାଡ଼ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଅଞ୍ଚଳରୁ ପଶ୍ଚିମବଙ୍ଗର ଖଡଗପୁର ଅଞ୍ଚଳକୁ ଚାଲାଣ ହେଉଥିଲା ।  ଗୋରୁ ହାଡ଼ରୁ ସାର ପ୍ରସ୍ତୁତ କରାଯାଇ ବ୍ୟବସାୟ ହେଉଥିବା ନେଇ ପ୍ରଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । 

ସୂଚନା ଅନୁଯାୟୀ, ଗୋ ମାଂସ ଏବଂ ହାଡ଼ ଚାଲାଣ ହେଉଥିବା ନେଇ ପୂର୍ବରୁ ଖବର ପାଇଥିଲା ବଜରଂଗ ଦଳ ଓ ଗୋ ସୁରକ୍ଷା ସମିତି । ଖବର ପାଇ ପରିବହନ ପାଇଁ ବୋଝେଇ ହୋଇଥିବା ଗାତିର ଗତିବିଧିକୁ ଅନୁଧ୍ୟାନ କରିଥିଲେ । ଗାଡି ଗନ୍ତବ୍ୟ ସ୍ଥଳକୁ ବାହାରିବାରୁ ଗୋ ସୁରକ୍ଷା ସମିତିର ସଦସ୍ୟ ତାକୁ ପିଛା କରି ଟ୍ରକକୁ ଅଟକାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ଟ୍ରକରେ ବୋଝେଇ ହୋଇଥିବା ସାମଗ୍ରୀ ବିଷୟରେ ଜାଣିବା ପାଇଁ ବନ୍ଧା ହୋଇଥିବା ପଲିଥିନ ପାଲକୁ ଛିଣ୍ଡାଇଥିଲେ । ସେଥିରେ ଗୋରୁ ହାଡ଼ ବୋଝେଇ ହୋଇଥ‌ିବାବେଳେ ତଳେ ଥିବା ଫ୍ରିଜର ଭିତରେ ଗୋ ମାଂସ ପରିବହନ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ପୋଲିସକୁ ଅବଗତ କରାଇଥିଲେ ସ୍ଥାନୀୟଲୋକେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଉତ୍ତେଜନା ପ୍ରଶମିତ ହୋଇଥିଲା । ଗାଡିଟିକୁ ଜବତ କରିବା ସହ ଡ୍ରାଇଭର ଝାଡଖଣ୍ଡର ସାଜୁ ସେଖ୍‌(୩୨) ଏବଂ ପଶ୍ଚିମବଙ୍ଗ ରାଜ୍ୟ ଖଡ଼ଗପୁର ଅଞ୍ଚଳର ଗୋ ମାଂସ ବ୍ୟବସାୟୀ ପଳାସ ଦେ(୫୦)ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ଉକ୍ତ ଚାଲାଣର ବୈଧତା ଦିଗକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଅଟକ ଥିବା ଟ୍ରକର ଚାଳକ ଓ ବ୍ୟବସାୟୀଙ୍କୁ ପଚରା ଯିବାରୁ ହାଡ଼ ବୋଝେଇ ଗାଡ଼ି ଖଡ଼ଗପୁର ଅଞ୍ଚଳରେ ଥିବା ସାର କାରଖାନାକୁ ନିଆଯାଉଥିବା କହିଛନ୍ତି । ସେଠାରେ ଗୋରୁ ହାଡ଼ରୁ ସାର ପ୍ରସ୍ତୁତ କରାଯାଇ ବ୍ୟବସାୟ ହେଉଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.