ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ହିନ୍ଦୁଙ୍କ ପାଇଁ ନର୍କ ପାଲଟିଲା ବାଂଲାଦେଶ , ଅନେକ ଲୋକଙ୍କୁ ହତ୍ୟା ଓ ଭାଙ୍ଗିଲେ ୧୫୨ମନ୍ଦିର

Published By : Prameya | February 7, 2025 8:27 PM

ନୂଆଦିଲ୍ଲୀ : ବାଂଲାଦେଶରେ ଗତ ବର୍ଷ ହୋଇଥିବା ହିଂସାତ୍ମକ  ବିରୋଧ ପ୍ରଦର୍ଶନ ପରେ ବାଂଲାଦେଶରେ ସ୍ଥିତି ଏବେସୁଦ୍ଧା ସାଧାରଣକୁ ଆସି ନାହିଁ। ମହମ୍ମଦ ୟୁନୁସଙ୍କ ନେତୃତ୍ୱର ସରକାର ଯଦିଓ ନିଜକୁ କ୍ଲିନ୍‌ ଚିଟ୍‌ ଦେଇ ସାରିଛନ୍ତି, ହେଲେ ଗତ ୬ ମାସରେ ବାଂଲାଦେଶ ସଂଖ୍ୟାଲଘୁଙ୍କ ପାଇଁ ନର୍କ ପାଲଟି ଯାଇଛି। ଭାରତ ସରକାର ହିନ୍ଦୁଙ୍କ ଉପରେ ଲଗାତାର ହେଉଥିବା ହମଲାକୁ ନେଇ ବାରମ୍ୱାର ବାଂଲାଦେଶକୁ ଚେତାବନୀ ମଧ୍ୟ ଦେଇଛନ୍ତି,ହେଲେ ଗତ ଦିନରେ ବଙ୍ଗବନ୍ଧୁ ମୁଜିବୁର ରହମାନଙ୍କ ଘର ଉପରେ ହୋଇଥିବା ହିଂସାକାଣ୍ଡ ଓ ପୋଡ଼ାଜଳା ଘଟଣାସବୁ ୟୁନୁସ୍‌ ସରକାରଙ୍କ ପୋଲ୍‌ ପୁଣି ଥରେ ଖୋଲି ଦେଇଛି। ଏହି ମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ହମଲାକୁ ନେଇ କିଛି ତଥ୍ୟ ଜାରି କରିଛନ୍ତି। ଏହା ମୁତାବିକ ଗତ ବର୍ଷ ଅଗଷ୍ଟ ପର ଠାରୁ ହୋଇଥିବା ହିଂସାତ୍ମକ ଘଟଣାରେ ଏବେସୁଦ୍ଧା ଡର୍ଜନ ହିନ୍ଦୁଙ୍କ ମୃତ୍ୟୁ ହୋଇ ସାରିଛି। 

ସରକାର ଶୁକ୍ରବାର ସଂସଦକୁ କହିଛନ୍ତି, ଗତ ବର୍ଷ ୫ ଅଗଷ୍ଟରୁ ବାଂଲାଦେଶରେ ୨୩ ଜଣ ହିନ୍ଦୁଙ୍କ ହତ୍ୟା କରାଯାଇଛି। ସରକାର କହିଛନ୍ତି କି, ପାଖାପାଖି ୧୫୨ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ମଧ୍ୟ ହୋଇଛି। ସରକାର କହିଛନ୍ତି କି, ଭାରତ ଏହି ଘଟଣାଗୁଡ଼ିକୁ ଗମ୍ଭିରତାର ସହ ନେଉଛି। ଲୋକସସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ବିଦେଶ ରାଜ୍ୟ ମନ୍ତ୍ରୀ ( MoS) କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି, ଗତ ୨ ମାସରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଆକ୍ରମଣର ୭୬ଟି ଘଟଣା ସାମନାକୁ ଆସିଛି। ଗତ ଅଗଷ୍ଟରୁ ୨୩ ଜଣ ହିନ୍ଦୁଙ୍କ ମୃତ୍ୟୁ ହୋଇଛି ଏବଂ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣର ୧୫୨ଟି ଘଟଣା ସାମନାକୁ ଆସିଛି।

କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ, କେନ୍ଦ୍ର ସରକାର ବାଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟା ଲଘୁଙ୍କ ବିରୋଧରେ ହିଂସାକାଣ୍ଡର ଘଟଣା ଗୁଡ଼ିକ ଉପରେ ନଜର ରଖିଛନ୍ତି ଏବଂ ବାଂଲାଦେଶ ସରକାରଙ୍କ ସହ ନିଜର ଚିନ୍ତାକୁ ସେୟାର କରିଛନ୍ତି। ରାଜ୍ୟମନ୍ତ୍ରୀ କହିଛନ୍ତି ,୯ ଡିସେମ୍ୱରରେ ବିଦେଶ ସଚିବ ବାଂଲାଦେଶ ଗସ୍ତରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଚିନ୍ତାର କଥାକୁ ଦୋହରାଇ ଥିଲେ। ୧୦ ଡିସେମ୍ୱର ୨୦୨୪ ରେ ବାଂଲାଦେଶ ସରକାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି କି , ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହମଲାରେ ସମ୍ୱୋଧିତ ୮୮ଟି ମାମଲାରେ ୭୦ଲୋକଙ୍କୁ ଗିରଫ କରାଯାଇ ଥିଲା। ପୁଲିସ ଯାଞ୍ଚ ପରେ ୧୨୫୪ଟି ଘଟଣା ବିଷୟରେ ସ୍ପଷ୍ଟ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.