ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୩୩ କେଭି ତାର ଚୋରି ବେଳେ ଧରାପଡିଲେ ୨ଚୋର, ଖସିଗଲେ ୬ ଜଣ

ଭଦ୍ରକ,୧୭/୦୭: ବିଳମ୍ବିତ ରାତ୍ରିରେ ବିଦ୍ୟୁତ ତାର ଚୋରି କରୁଥିଲେ ୮ ଯୁବକ । ଦୁଇ ଜଣ ଯୁବକଙ୍କୁ କାବୁ କଲେ  ଗ୍ରାମବାସୀ । ୬ ଜଣ ଫେରାର । ଖବର ପାଇ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ୱିତ ରାତିରେ ସଂଘବଦ୍ଧ ହୋଇ ଏକ କାରରେ ଆସିଥିଲେ କିଛି ଯୁବକ । ଧାମନଗର ଛକ ଠାରେ ୩୩ କେଭି ବିଦ୍ୟୁତ ତାର କାଟି ଚୋରି କରୁଥିଲେ । ଦୀର୍ଘ ସମୟ ଧରି ଯୁବକଙ୍କ ସନ୍ଦେହଜନକ କାର୍ଯ୍ୟକଳାପକୁ ଦେଖିଥିଲେ କିଛି ଦୋକାନୀ । ପରେ ସ୍ଥାନୀୟ ଲୋକଙ୍କୁ ଫୋନ କରି ଜଣାଇଥିଲେ । ଦୋକାନୀ ଓ ଗ୍ରାମବାସୀ ମିଶି ଏହି ଦୁର୍ବୃତ୍ତମାନଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ଫେରାର ହୋଇ ଯାଇଥିବା ବେଳେ ୨ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ସେମାନଙ୍କ ନିକଟରୁ ୪ ବଣ୍ଡଲ ବିଦ୍ୟୁତ ତାର ମଧ୍ୟ ଜବତ କରିଥିଲେ । ଏ ବିଷୟରେ ଖବର ପାଇବା ପରେ  ଦୁର୍ବୃତ୍ତଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ଧାମନଗର ପୋଲିସ । କାବୁ ହୋଇଥିବା ଯୁବକମାନଙ୍କ ଘର ବାସୁଦେବପୁର ଅଞ୍ଚଳରେ ବୋଲି ଜଣାପଡିଛି । ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.