ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶିମିଳିପାଳରୁ ୨ ଶିକାରୀ ଗିରଫ, ଝିଙ୍କ ମାଂସ ସହ ବନ୍ଧୁକ ଜବତ

ବାରିପଦା, ୧୮/୦୭ : ଶିମିଳିପାଳରେ ବଢୁଛି ବନ୍ୟଜନ୍ତୁ ଶିକାର। ୨ ଶିକାରୀ ସମେତ ମାଂସ ଗ୍ରାହକ ଅଟକ। ଝିଙ୍କ ମାଂସ ସହ ବନ୍ଧୁକ ଏବଂ ଧନୁଶର ଜବତ। ଗିରଫ ଅଭିଯୁକ୍ତମାନେ ହେଲେ ଚାମୁଟୁ ହେମ୍ବ୍ରମ ଏବଂ ବାଇଧର ସୋରେନ। 

ସୂଚନାନୁଯାୟୀ, ଶିକାରୀ ଚାମଟୁ ହେମ୍ବ୍ରମ୍ ଶିମିଳିପାଳରେ ଏକ ଝିଙ୍କ ଶିକାର କରି ମାଂସ ଓ ୮୮ଟି ଝିଙ୍କ କଣ୍ଟା ନେଇ ସାମାଖୁଣ୍ଟା ଅଞ୍ଚଳର ବାଇଧର ସୋରେନଙ୍କୁ ବିକ୍ରି କରୁଥିଲା। ଆଗରୁ ଖବର ପାଇ ବନ ବିଭାଗର ଟିମ୍ କିଣାବିକା ବେଳେ ଦୁଇଜଣଙ୍କୁ ମାଡି ବସିଥିଲେ। ସେମାନଙ୍କ ନିକଟରୁ ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି। ଗ୍ରାହକ ବାଇଧର ସୋରେନ୍ ହଳଦୀବଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୋଲି ସୂଚନା ମିଳିଛି। ଦକ୍ଷିଣ ବନଖଣ୍ଡର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.