ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୋଖରୀରେ ବୁଡ଼ି ୨ ଶିଶୁ ମୃତ, ଜଣେ ଗୁରୁତର

ଖଲ୍ଲିକୋଟ,୨୫/୦୭: ପିଲାଙ୍କ ଖେଳ ନେଲା ଜୀବନ । ଖେଳିବା ସମୟରେ ପୋଖରୀରେ ବୁଡିଗଲେ ୩ ଶିଶୁ । ସେମାନଙ୍କ ମଧ୍ୟରୁ ୨ଜଣ ଭାଇ ଭଉଣୀଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ମରେଇ ନୂଆଗାଁର ରାଜେନ୍ଦ୍ର ସବର ଏବଂ ସଜନୀ ସବରଙ୍କର ୨ ଶିଶୁ ଗାଁର ଅନ୍ୟ ପିଲାଙ୍କ ସହ ପୋଖରୀ ନିକଟରେ ଖେଳୁଥିଲେ । ଏହି ସମୟରେ ଅସାବଧାନତା ହେତୁ ୩ ଜଣ ଶିଶୁ ପୋଖରୀରେ ବୁଡି ଯାଇଥିଲେ । ୨ ଭାଇ ଭଉଣୀଙ୍କୁ ବାପା ରାଜେନ୍ଦ୍ର ସବର ପୋଖରୀରୁ ଖୋଜି ଉଦ୍ଧାର କରିଥିଲେ । ତୁରନ୍ତ ଉଭୟଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । 

ଅନ୍ୟପଟେ ଯଶୋଦା ସବରଙ୍କ ଜଣେ ୨ବର୍ଷୀୟ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଭାଇ-ଭଉଣୀଙ୍କ ମୃତ୍ୟୁ ପରେ ମରଇ ନୂଆଁଗାଁରେ ଶୋକର ଛାୟା ଖେଳି ଯାଇଛି । ୨ ସନ୍ତାନଙ୍କ ମୃତ୍ୟୁପରେ ଛୁଆଙ୍କୁ ଧରି ବାହୁନି ବାହୁନି କାନ୍ଧୁଛି ମା। ସେପଟେ ଖଲ୍ଲିକୋଟ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଥି ସହିତ ୨ଶିଶୁଙ୍କର ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.