ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୧୧୨ ଶଙ୍କରାଚାର୍ଯ୍ୟଙ୍କ ସମାଧି ଉପରେ ହୋଟେଲ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଲୋଡ଼ିଲା ଗୋବର୍ଦ୍ଧନ ମଠ

ପୁରୀ,୨୫/୦୭: ପୂର୍ବତନ ୧୧୨ ଜଣ ଶଙ୍କରାଚର୍ଯ୍ୟଙ୍କ ସମାଧି ସହ ଶିବ ମନ୍ଦିର ଉପରେ ଠିଆ ହୋଇଛି ହୋଟେଲ, ଲଜିଂ, ଆପାର୍ଟମେଣ୍ଟ ଓ ବଡ଼ବଡ଼ କୋଠା । ଏନେଇ ଶଙ୍କରାଚାର୍ଯ୍ୟଙ୍କ ମଠ ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ସାନି ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥଯାତ୍ରା ବେଳେ ମଠକୁ ଆସି ପୀଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଯିବା ପରେ ଉକ୍ତ ଅଭିଯୋଗ ଜିଲ୍ଲାପାଳଙ୍କ ଜରିଆରେ ଦିଆଯିବା ଚର୍ଚ୍ଚାକୁ ବଢ଼ାଇଛି । 

ଅଭିଯୋଗ ଅନୁସାରେ, ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟମାନେ ବ୍ରହ୍ମଲୀନ ହେଲେ ବା ଇହଲୀଳା ସମ୍ବରଣ କଲେ ସେମାନଙ୍କୁ  ସମାଧି ଦିଆଯାଏ ଓ ସମାଧି ସ୍ଥଳରେ ଶିବଲିଙ୍ଗ ପ୍ରତିଷ୍ଠା ପୂର୍ବକ ଗୋବର୍ଦ୍ଧନ ମଠ ତରଫରୁ ନିତ୍ୟ ଦୈନନ୍ଦିନ ପ୍ରାତଃ ଓ ସନ୍ଧ୍ୟାରେ ପୂଜନ  କରାଯାଏ। ଏହି ପରମ୍ପରାକୁ ଆଧାର କରି ଅତୀତରୁ ଗୋବର୍ଦ୍ଧନ ମଠ ପ୍ରାୟ ୧୩୧ ଜଣଙ୍କର ସମାଧୀସ୍ଥ ମନ୍ଦିରରେ ମହାଦେବଙ୍କୁ ଗୋବର୍ଦ୍ଧନ  ମଠ ତରଫରୁ ନିତ୍ୟ ପୂଜା କରାଯାଉଥିଲା । ପୁରୀରେ ସହରୀକରଣ ବଢ଼ିବା ସାଙ୍ଗକୁ ସମାଧିସ୍ଥଳଗୁଡ଼ିକ ଜବରଦଖଲ ହୋଇଚାଲିଛି । 

ଏବେ ଗୋବର୍ଦ୍ଧନ ମଠର ପୂର୍ବ  ଶଙ୍କରାଚାର୍ଯ୍ୟମାନଙ୍କ ୧୩୧ଟି ସମାଧି ସହ ଶିବ ମନ୍ଦିର ମଧ୍ୟରୁ ବର୍ତମାନ ମାତ୍ର ୧୯ଟି  ମଠ ତରଫରୁ ପୂଜା କରାଯାଉଛି । ୨ଟି ସମାଧି ସହ ମନ୍ଦିର ଜମି ଦଲାଲଙ୍କ କବ୍‌ଜାରେ  ରହିଛି । ବର୍ତମାନ ଗୋବର୍ଦ୍ଧନ ମଠ ପଛପାଖ  ଦକ୍ଷିଣପାଶ୍ୱର୍ ସାତ ଆସନ ଲେନ ନିକଟରେ ଦୁଇଟି ସମାଧି ଓ ମନ୍ଦିରକୁ କିଛି ବ୍ୟକ୍ତି ସେମାନଙ୍କ କବ୍‌ଜାକୁ ନେଇଯାଇଛନ୍ତି । ଏହି  ସମାଧି ଓ ମନ୍ଦିରକୁ ଭାଙ୍ଗିବାରେ ଲାଗିଛନ୍ତି ।  

ଏହି ସ୍ଥାନ ପାଖରେ ରହିଥିବା ଅନେକ  ସମାଧି ସହ ମନ୍ଦିରକୁ ଭାଙ୍ଗି ଏହା ଉପରେ  ପ୍ରଭାବଶାଳୀ ବ୍ୟକ୍ତିମାନେ ହୋଟେଲ, ଲଜିଂ  ନିର୍ମାଣ କରିଛନ୍ତି । ସେହିପରି କେତେକ ବ୍ୟକ୍ତି  ସମାଧି ସହ ମନ୍ଦିରଗୁଡ଼ିକୁ ଭାଙ୍ଗି ସେଠାରେ  ପୂଜିତ ହେଉଥିବା ଶିବଲିଙ୍ଗମାନଙ୍କୁ ଅନ୍ୟତ୍ର ନେଇ ବିକ୍ରୟ କରିଦେଉଛନ୍ତି । ପରେ ସେହି ଜମିରେ  ହୋଟେଲ, ଲଜିଂ ଇତ୍ୟାଦି ନିର୍ମାଣ କରୁଛନ୍ତି । ଏହା  ପୂର୍ବତନ ଶଙ୍କରାଚାର୍ଯ୍ୟମାନଙ୍କ ପ୍ରତି ଅସମ୍ମାନ ଓ  ଅବହେଳାକୁ ସୂଚାଉଛି । ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ  ଓ ହିନ୍ଦୁଧର୍ମ ବର୍ଗଙ୍କ ଭାବାବେଗକୁ କୁଠାରଘାତ  କରିଛି । ଅସାମାଜିକ ବ୍ୟକ୍ତିଙ୍କ କବଳରୁ ମଠର  ସମାଧି ସହ ଶିବ ମନ୍ଦିରଗୁଡ଼ିକୁ ସୁରକ୍ଷା  ନିମନ୍ତେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ  ପଦକ୍ଷେପ ଶୂନ । ତେଣୁ ଏଗୁଡ଼ିକର ଯଥା  ରୀତି ପୂଜନ ହୋଇପାରୁନାହିଁ । ଉକ୍ତ ସମାଧି ଓ  ମନ୍ଦିରଗୁଡ଼ିକ କେଉଁମାନେ ଦଖଲରେ ରଖିଛନ୍ତି  ତାହାର ସରକାରୀ ସ୍ତରରେ ନିରପେକ୍ଷ ତଦନ୍ତ  କରାଯାଉ । ଉକ୍ତ ସମାଧି ଓ ମନ୍ଦିରଗୁଡ଼ିକୁ ଉଦ୍ଧାର  କରି ଗୋବର୍ଦ୍ଧନ ମଠକୁ ହସ୍ତାନ୍ତର କରାଯାଉ  ବୋଲି ମଠର କାର୍ଯ୍ୟାଳୟ ସମ୍ପାଦକ ସୂୟଶ  ପ୍ରଶାନ୍ତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

  • PrameyaOdia
  • prameya
  • puri news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.