ହାଇଦ୍ରାବାଦ,୧୩/୦୪; ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକର ବିଜୟ ହାସଲ କରିଛି । ପଞ୍ଜାବ କିଙ୍ଗସର ୬/୨୪୫ ରନ ଜବାବରେ ସନରାଇଜର୍ସ ୧୮.୩ ଓଭରରେ ୨ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଅଭିଷେକ ଶର୍ମା ୫୫ଟି ବଲ୍ରୁ ୧୪୧ ରନ୍ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ ୧୪ଟି ଚୌକା ଓ ୧୦ଟି ଛକା ମାରିଥିଲେ । ଶତକ ଅର୍ଜନ ପରେ ଅଭିଷେକଙ୍କ ସେଲିବ୍ରେସନ ମଧ୍ୟ ନିଆରା ରହିଥିଲା । ସେ ପକେଟ୍ରୁ ଏକ କାଗଜ କାଢି ଦେଖାଇଥିଲେ ।
ଏହି କାଗଜରେ ଲେଖାଥିଲା, ‘ଦିସ୍ ୱାନ ଇଜ୍ ଫର ଅରେଞ୍ଜ ଆର୍ମି (ଏହି ଶତକ ସନରାଇଜର୍ସ ପାଇଁ ସମର୍ପିତ) ।’ ପଞ୍ଜାବ ବିପକ୍ଷ ମ୍ୟାଚରେ ବିଜୟ ଶତକକୁ ଦଳକୁ ଉତ୍ସର୍ଗ କରିଥିବା ଦର୍ଶାଇଥିଲେ । ପ୍ରକୃତରେ ସେ ସିଜନ ଆରମ୍ଭରୁ ଏହି କାଗଜକୁ ପକେଟରେ ନେଇ ବ୍ୟାଟିଂ କରିବାକୁ ଆସୁଥିବା ମ୍ୟାଚ୍ ପରେ ଟ୍ରେଭିସ ହେଡ୍ ପ୍ରକାଶ କରିଥିଲେ । ସେ କହିଥିଲେ, ପୂର୍ବ ୫ଟି ଯାକ ମ୍ୟାଚ୍ରେ ମଧ୍ୟ ଏହି କାଗଜଟି ତାଙ୍କ ପକେଟ୍ରେ ଥିଲା । ମାତ୍ର ସେ ଶତକ ଅର୍ଜନ କରିପାରୁ ନଥିବାରୁ ଏହାକୁ ଦେଖାଇପାରୁ ନଥିଲେ । ଆଜି ତାଙ୍କ ଲକ୍ଷ୍ୟ ପୂରଣ ହୋଇଥିଲା । ମ୍ୟାଚ୍ ପରେ ଅଭିଷେକ ଯୁବରାଜ ସିଂହ ଓ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ।
ପୋଷ୍ଟ ମ୍ୟାଚ ପରେ ସେଲିବ୍ରେସନକୁ ନେଇ ଅଭିଷେକ କହିଛନ୍ତି, '''ମୁଁ ଆଜି ଏହାକୁ ଲେଖିଲି-କାରଣ ମୁଁ ପ୍ରତିିଦିନ କିଛି ନା କିଛି ଲେଖେ । କାରଣ ମୁଁ ସାଧାରଣତଃ କିଛି ଲେଖିଥାଏ । ମୋର ଏମିତି ଏକ ଭାବନା ଆସିଲା ଯେ ଯଦି ମୁଁ ଆଜି କିଛି କରେ ତେବେ ତାହା ଅରେଞ୍ଜ ଆର୍ମି ପାଇଁ ହେବ । ସୌଭାଗ୍ୟବସତଃ ମୁଁ ଅନୁଭବ କଲି ଯେ ଏହା ମୋର ଦିନ ଥିଲା । ''
ଅଧିକ ପଢନ୍ତୁ...IPL-2025: ଅଭିଷେକଙ୍କ ବିଧ୍ୱଂସୀ ଶତକ; ହାଇଦ୍ରାବାଦର ଏୈତିହାସିକ ବିଜୟ, ପଞ୍ଜାବକୁ କମ ପଡିଲା ୨୪୫
ଆଇପିଏଲର ୨୨ତମ୍ ଲିଗ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ଦ୍ରାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଦମଦାର ଆରମ୍ଭ କରିଥିଲା ଦଳ । ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିରନ ସିଂହ ୪ ଓଭରରେ ୬୬ ରନ କରିଥିଲେ । ଅଧିନାୟକ ଶ୍ରେୟାସ ଆୟର ବିସ୍ଫୋରକ ବ୍ୟାଟିଂ କରି ସ୍କୋର ୨୦୦ ପାର କରାଇଥିଲେ । ୩୬ ବଲରେ ୮୨ ରନ୍ର ପାଳି ଖେଳିଥିଲେ । ଯେଉଁଥିରେ ୬ ଚୌକା ଓ ୬ ଛକା ସାମିଲ ଥିଲା । ହାଇଦ୍ରାବାଦକୁ ୨୪୬ରନ୍ର ଟାର୍ଗେଟ ମିଳିଥିଲା । ଟ୍ରାଭିସେକ ନାମରେ ପରିଚିତ ଟ୍ରେଭିସ୍ ହେଡ୍ ଓ ଅଭିଷେକ ଶର୍ମା ଉପଲ ଷ୍ଟାଡ଼ିୟମ୍ରେ ତାଣ୍ଡବ ରଚିଥିଲେ । ୫୫ଟି ବଲ୍ରୁ ୧୪ଚୌକା - ୧୦ଛକା ବଳରେ ୧୪୧ ରନ କରିଥିଲେ ଅଭିଷେକ। ପଞ୍ଜାବ କିଙ୍ଗ୍ସ ବୋଲରଙ୍କୁ ନିର୍ମମ ପ୍ରହାର କରି ପଞ୍ଜାବ କିଙ୍ଗ୍ସ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।